www.samajalive.in
Thursday, December 11, 2025
18.1 C
Bhubaneswar

କ୍ଷତିଗ୍ରସ୍ତ ପରିବାରକୁ ଭେଟିଲା ପ୍ରଶାସନ

ରାଇକିଆ: ରାଇକିଆ ବ୍ଲକ୍ ଅନ୍ତର୍ଗତ କରଡ଼ା ରେଞ୍ଜର ଇନ୍ଦ୍ରଗଡ ସେକ୍ସନରେ ମଙ୍ଗଳବାର ହାତୀପଲଙ୍କ ଉପଦ୍ରବ ଆକ୍ରମଣରେ ଚାରିଜଣଙ୍କ ଘର ଭାଙ୍ଗି ନଷ୍ଟ ହୋଇଥିଲା। ବ୍ଲକ୍ ପ୍ରଶାସନ ଅଧିକାରୀ ସେହି ଗ୍ରାମକୁ ଗସ୍ତରେ ଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସେମାନଙ୍କ କ’ଣ ସବୁ କ୍ଷତି ହୋଇଛି ତାହାର ତାଲିକା କରିଥିଲେ। ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ତୋଦ୍ବୟ ଯୋଜନାରେ ସାମିଲ୍ କରାଯିବା ପାଇଁ ପ୍ରଶାସନ କଥା ଦେଇଛନ୍ତି। ସୂଚନା ଥାଉ ମଙ୍ଗଳବାର ବିଳମ୍ବିତ ରାତିରେ ଗାନ୍ଧାରୀ ଭୂଇଁ ଗ୍ରାମରେ ୨୬ ଟିକିଆ ହାତୀପଲର ଉପଦ୍ରବ ଯୋଗୁଁ ଗ୍ରାମର ୪ଜଣଙ୍କ ଧାନ, ଚାଉଳ ଖାଇଦେଇ ଥିବା ବେଳେ ଘର ଭାଙ୍ଗିଥିଲା।ରାଇକିଆ ବ୍ଲକ ପ୍ରକଳ୍ପ ସଂଯୋଜକ କମଲ ପ୍ରସାଦ ନାୟକ, ଏଡିଇଓ ଗୈାତମ ପ୍ରଧାନ, ପିଇଓ ବସନ୍ତ କୁମାର ପଣ୍ଡା, ସରପଞ୍ଚ ବନିତା ମଲ୍ଲିକ ପରିଦର୍ଶନରେ ଯାଇଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories