ଗୋପାଳପୁର: ଭଞ୍ଜବିହାର ନିକଟସ୍ଥ ମାଣ୍ଡିଆପଲ୍ଲୀ ସାବତ କୋଲନି ଜଗନ୍ନାଥ ବିହାର ସ୍ଥିତ ଶ୍ରୀ ଜଗନ୍ନାଥ ପ୍ରାସାଦ ଏବଂ ରାଧାକୃଷ୍ଣଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଚାରକ ସତ୍ୟବାଦୀ ଶତପଥୀଙ୍କ ପୌରହିତ୍ୟରେ ପୂଜାର୍ଚ୍ଚନା କରି ସ୍ଥାନୀୟ ପୋଖରୀରୁ ଶତାଧିକ ମହିଳା ଓ ପୁରୁଷ ମାନେ ନୂତନ ବସ୍ତ୍ର ପିନ୍ଧି ପୂର୍ଣ୍ଣ କୁମ୍ବ ଧରି କଳସ ଯାତ୍ରା ବାହାରି ମନ୍ଦିର ଠାରେ ପହଂଚି ଥିଲେ।
ଦୀକ୍ଷା କର୍ମ,ଅଙ୍କୁରା ରୋପଣ,ବ୍ରାହ୍ମଣ ବରଣ,ମଣ୍ଡଳ ପୂଜା,ସୂର୍ଯ୍ୟ ପୂଜା,ଅଗ୍ନ୍ନି ସଂସ୍କାର, ରତ୍ନ ମୁଦ ଓ ହୋମ ଆଦି ନିତିକାନ୍ତି ଭାବେ ପୂଜାର୍ଚନା କରିଥିଲେ। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ୪ ତାରିଖ ପର୍ଯ୍ୟନ୍ତ ଚାଲିବl



