www.samajalive.in
Sunday, December 14, 2025
18.1 C
Bhubaneswar

ପାକିସ୍ତାନରେ ମୁନିରଙ୍କ ଇସ୍ତଫା, ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣ ପରେ ଭାରତର ସମରାଭ୍ୟାସ ପାକିସ୍ତାନକୁ ଚିନ୍ତାରେ ପକାଇଛି। ଭାରତ କିପରି ଏବଂ କେଉଁ ବାଟରେ ଆକ୍ରମଣ କରିବ ତାହାର ଭୟ ଘାରିଛି ପାକିସ୍ତାନ ସରକାର ଏବଂ ସେନାକୁ। ଏହା ଭିତରେ ପାକିସ୍ତାନ ସରକାରକୁ ଆଉ ଏକ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ହେଉଛି ଦେଶବାସୀଙ୍କ ଅସନ୍ତୋଷ। ବର୍ତ୍ତମାନ ପରିସ୍ଥିତି ପାଇଁ ପାକିସ୍ତାନ ସରକାର ଏବଂ ସେନା ସମ୍ପୂର୍ଣ୍ଣ ଦାୟୀ ବୋଲି ପାକିସ୍ତାନବାସୀ ହୃଦବୋଧ କରିବାରେ ଲାଗିଛନ୍ତି। ଯେଉଁଥିପାଇଁ ସେମାନେ ଏବେ ପାକିସ୍ତାନ ସରକାରଙ୍କ ନିକଟରେ ପାକ୍‌ ସେନା ମୁଖ୍ୟ ଆସିଫ ମୁନିରର ଇସ୍ତଫା ଦାବି କରିଛନ୍ତି। ତା’ ସାଙ୍ଗକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ଦେଶବାସୀଙ୍କ ପକ୍ଷରୁ ଦାବି ଆରମ୍ଭ ହୋଇଛି। ଯାହା ସରକାରକୁ ଚିନ୍ତାରେ ପକାଇଛି। ଏଭଳି ସମୟରେ ଦେଶରେ କୌଣସି ପ୍ରକାର ଆନ୍ଦୋଳନାତ୍ମକ ପରିସ୍ଥିତି ଉପୁଜିଲେ ତାହା ସରକାର ପାଇଁ ଆହ୍ବାନପୂର୍ଣ୍ଣ ହୋଇଯିବ ବୋଲି କୁହାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories