www.samajalive.in
Saturday, December 13, 2025
15.1 C
Bhubaneswar

ନକଲି କଫ ସିରପ୍ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ବେଆଇନ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଛକ ତଥା ଅତାବିରାର ବିଭିନ୍ନ ସ୍ଥାନରେ ପୁଲିସ ଜାଲ ବିଛାଇଛି। ଶୁକ୍ରବାର ଜଣେ ନିଶା ବେପାରୀ ପୁଲିସ ଜାଲରେ ଫସିଛି। ସମ୍ବଲପୁର ବାଳିବନ୍ଧାର ଆକାଶ ଗୁପ୍ତା ଏକ କାରରେ ବେଆଇନ, ନକଲି କଫ ସିରପ୍ ଆଣି ବହୁ ମାତ୍ରାରେ ବିକ୍ରି କରି ଚମ୍ପଟ୍ ମାରୁଥିଲା ଓ ଆଜି ସେ ପୁଲିସ ହାତରେ ଧରାପଡ଼ିଛି।

ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସଦଳବଳେ ଯାଇ ଜାଲରେ ପଡ଼ିଥିବା ବିକ୍ରେତାକୁ ଗିରଫ କରି ତା’ଠାରୁ ୨୨୦ ବୋତଲ କଫ ସିରପ, ଗୋଟିଏ ପତା ନିଟ୍ରୋସନ୍ ଟ୍ୟାବଲେଟ, ଗୋଟିଏ କାର୍ ଓ ନଗଦ ୩୧୦୦ ଟଙ୍କା ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସମ୍ବଲପୁରରୁ ଅତାବିରା ପର୍ଯ୍ୟନ୍ତ ଏହାର ଚେର ଲମ୍ବିଥିବା ସମ୍ଭାବନା ନେଇ ଅଧିକ ତଦନ୍ତ ଜାରି ରହିଛି। ଏମିତି ନିଶା କାରବାର କରି ଅଞ୍ଚଳରେ ଯୁବ ସମାଜକୁ ନିଶାଗ୍ରସ୍ତ କରି ପଥଭ୍ରଷ୍ଟ କରୁଥିବା ନେଇ ପୁଲିସ ପାଖରେ ଅନେକ ଦିନରୁ ସୂଚନା ରହିଥିଲା। ତେଣୁ ପୁଲିସ ଜାଲ ବିଛାଇ ରଖିଥିଲା ଏହି ବେଆଇନ ନିଶା କାରବାର କରୁଥିବା ଲୋକଙ୍କୁ ଧରିବା ପାଇଁ। ସେହି ଜାଲରେ ଆଜି ଏହି ଯୁବକ ଧରାପଡ଼ିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories