www.samajalive.in
Saturday, December 6, 2025
23.1 C
Bhubaneswar

ପାକିସ୍ତାନ ଗୁପ୍ତଚର ଗିରଫ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନର ଜୈସେଲମେର ଅଞ୍ଚଳରୁ ଜଣେ ପାକିସ୍ତାନ ଗୁପ୍ତଚରକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛି ପଠାନ ଖାନ୍‌। ସେ ରାଜସ୍ଥାନର ନାଗରିକ ହୋଇଥିବା ​ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ(ଆଇଏସଆଇ) ପାଇଁ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲା। ରାଜସ୍ତାନର ଗୁଇନ୍ଦା ବିଭାଗ ତା’କୁ ଗିରଫ କରିଛି। ସେ ଭାରତ ସମ୍ପର୍କରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ପ୍ରଦାନ କରିଥିବା ସୂଚନା ମିଳିଛି। ପଠାନ୍ ୨୦୧୩ରେ ପାକିସ୍ତାନ ଗସ୍ତ କରିଥିଲା। ସେହି ସମୟରେ ସେ ଆଇଏସଆଇ ସମ୍ପର୍କରେ ଆସିଥିଲା। ଗତ ଏକ ମାସ ତଳେ ଗୁଇନ୍ଦା ବିଭାଗ ତା’କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ଶେଷରେ ଗୁପ୍ତଚରଗିରି ସ୍ପଷ୍ଟ ହେବା ପରେ ଗୁରୁବାର ତାକୁ ଗିରଫ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories