www.samajalive.in
Saturday, December 6, 2025
26.1 C
Bhubaneswar

ବେଆଇନ୍ ଦାଦା ବଟି ଆଦାୟ ପଡିଲା ମହଙ୍ଗା: ୪ ଗିରଫ

ଜଳେଶ୍ଵର : ବେଆଇନ୍ ଦାଦା ବଟି ଆଦାୟ ପଡିଲା ମହଙ୍ଗା। ୪ ଜଣଙ୍କୁ ଗିରଫ କଲା ଜଳେଶ୍ଵର ପୁଲିସ୍ । ଜଳେଶ୍ଵର ୬୦ ନଂ ଜାତୀୟ ରାଜପଥ ଶାନ୍ତିଆ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦାଦା ବଟି ନ ଦେବାରୁ ଟ୍ରକ୍ ଡ୍ରାଇଭର ଏବଂ ହେଲପରଙ୍କୁ ଆକ୍ରମଣ ହୋଇଛି। ଟଙ୍କା ଦେବାକୁ ମନା କରିବାରୁ ଏଭଳି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ଶାନ୍ତିଆ ଛକ ନିକଟରେ ଜଣେ ଡ୍ରାଇଭର ତାଙ୍କ ଟ୍ରକ ଛିଡା କରାଇ ଚା ପିଇବା ସମୟରେ କିଛି ଯୁବକ ଟ୍ରକ ହେଲ୍ପର ଏବଂ ଡ୍ରାଇଭରଙ୍କୁ ଘେରି ଦାଦାବଟି ମାଗିଥିଲେ। ଟଙ୍କା ନଦେବାରୁ ଡ୍ରାଇଭରଙ୍କୁ ଦୁର୍ବୁତ୍ତମାନେ ନିସ୍ତୁକ ମାଡ ମାରିଥିଲେ। ପରେ ପୁଲିସ୍ କୁ ଜଣାଇବା ପରେ ଏସଆଇ ଏବଂ ଜଣେ ମହିଳା କନଷ୍ଟେବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ବୁତ୍ତମାନେ ସେମାନଙ୍କ ମଧ୍ୟ ଆକ୍ରମଣ କରିଥିଲେ। ଜଳେଶ୍ଵର ପୁଲିସ୍ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories