www.samajalive.in
Saturday, December 6, 2025
23.1 C
Bhubaneswar

୩ ବର୍ଷ ପରେ ଛାତିରୁ ବାହାରିଲା ଭଙ୍ଗା ଛୁରି

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜ ଓ ହସପିଟାଲର ଡାକ୍ତରମାନେ ଏକ ବିରଳ ଅପରେସନ କରିବାରେ ସଫଳ ହୋଇଛନ୍ତି। ୩ ବର୍ଷ ଧରି ଜଣେ ଯୁବକଙ୍କ ଛାତି ଭିତରେ ଥିବା ୮ ସେମି ଲମ୍ବର ଏକ ଛୁରିକୁ ଅ‌େ‌ସ୍ତ୍ରାପଚାର କରି ଡାକ୍ତର ବାହାର କରିଛନ୍ତି। ଛୁରିଟି ସଂପୃକ୍ତ ଯୁବକଙ୍କ ବାମ ପଟ ବେକ ତଳେ ପଶିଥିବା ବେଳେ ତାହାକୁ ଡାକ୍ତରମାନେ ଡାହାଣ ପାର୍ଶ୍ବ ଫୁସଫୁସ ଭିତରେ ଠାବ କରିଥିଲେ। ସିଟିଭିଏସ ବିଭାଗ (ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା ବିଭାଗ)ର ମୁଖ୍ୟ ଆସୋସିଏଟ ପ୍ରଫେସର ଡା. ସାରଦା ପ୍ରସନ୍ନ ସାହୁଙ୍କ ନେତୃତ୍ବରେ ଗଠିତ ଡାକ୍ତରୀ ଟିମରେ ଆନେସ୍ଥେସିଆ ବିଭାଗ ଆସୋସିଏଟ ପ୍ରଫେସର ଡା.ସଞ୍ଜୀବ ପାତ୍ର, ଡା. ବାରୟନ ସ୍ବାଇଁ ଓ ଡା. ପ୍ରଦୀପ୍ତ କୁମାର ସାହୁ, ନର୍ସିଂ ଅଫିସର ସୁଭଦର୍ଶନୀ ଓ ମନସ୍ବିନୀ ପ୍ରମୁଖ ଅ‌େ‌ସ୍ତ୍ରାପଚାରରେ ସାମିଲ ଥିଲେ। ଅ​‌େ​‌ସ୍ତ୍ରାପଚାର ପରେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ା ତାଙ୍କୁ ସିଟିଭିଏସ ବିଭାଗ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି।
ସୂଚନାପ୍ରକାରେ, ଗଞ୍ଜାମ ଜିଲା କବିସୂର୍ଯ୍ୟନଗରର ଏହି ୨୨ ବର୍ଷୀୟ ଯୁବକ ଜଣଙ୍କ ୩ ବର୍ଷ ତଳେ ବେଙ୍ଗାଲୁରରେ ରହୁଥିଲେ। ସେଠାରେ ଅନ୍ୟ ଏକ ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ସେତେବେଳେ ସଂପୃକ୍ତ ଯୁବକ ଜଣଙ୍କ ଏହି ୨୨ ବର୍ଷୀୟ ଯୁବକଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲେ। ଛୁରିଟି ଯୁବକଙ୍କ ବାମ ପଟ ବେକ ପାଖରେ ଭାଙ୍ଗି ରହିଯାଇଥିଲା। ତେବେ ସେହି ସମୟରେ ଯୁବକଙ୍କୁ ସେଠାକାର ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ କେବଳ କ୍ଷତ ସ୍ଥାନକୁ ସିଲାଇ କରି ଛାଡି ଦିଆଯାଇଥିଲା। ସେହି ସମୟରେ ‘ଏକ୍ସ-ରେ’ କରାଯାଇନଥିବାରୁ ଛୁରିଟି ବାମ ପଟ ବେକ ଓ ଛାତି ମଝିରେ ରହିଯାଇଥିଲେ ମଧ୍ୟ ଜଣାପଡିନଥିଲା। ବେକ ତଳେ ଥିବା କ୍ଷତ ଭଲ ହୋଇଯିବା ପରେ ଯୁବକ ଜଣଙ୍କ ନିଜ ଗାଁକୁ ଆସିଥିଲେ। ୨ ବର୍ଷ ତଳେ ସେ ବିବାହ ମଧ୍ୟ କରିଥିଲେ। ଯୁବକଜଣକ ସମସ୍ତପ୍ରକାର କାମ ଧନ୍ଦା କରୁଥିଲେ ମଧ୍ୟ ଛାତିରେ ସେଭଳି ଯନ୍ତ୍ରଣା ହେଉନଥିଲା। ଆଜକୁ ୯ ମାସ ତଳେ ଯୁବକଙ୍କ କଫରେ ରକ୍ତ ପଡିବା ପରେ ସେ ଡାକ୍ତରଖାନା ଯାଇ ଦେଖାଇଥିଲେ। କଫ ପରୀକ୍ଷାରୁ ତାଙ୍କୁ ଯକ୍ଷ୍ମା ଥିବା ଜଣାପଡିଥିଲା। ସେ ଯକ୍ଷ୍ମା ଭଲ ହେବା ପାଇଁ ଔଷଧ ଖାଇଥିଲେ। ହେଲେ ସେତେବେଳେ ମଧ୍ୟ ଛୁରିଟି ଛାତି ଭିତରେ ଅଛି ବୋଲି ଜଣାପଡିନଥିଲା। କିଛି ଦିନ ତଳେ ଛାତିରେ ଯନ୍ତ୍ରଣା ହେବାରୁ ଯୁବକ ଜଣଙ୍କ ୧୯ ତାରିଖରେ ଏମ୍‌କେସିଜିକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ଛାତିର ଏକ୍ସ-ରେ ବାହାର କରାଯାଇଥିଲା। ‘ଏକ୍ସ-ରେ’ କରାଯିବା ପରେ ତାଙ୍କ ଡାହାଣପଟ ଛାତିରେ ଏକ ଛୁରିର ଖଣ୍ଡ ରହିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ସିଟିସ୍କାନ ଓ ବ୍ରୋଙ୍କୋସ୍କୋପି କରାଯିବା ପରେ ଫୁସଫୁସ ଭିତରେ ଏହି ଛୁରି ରହିଥିବା ଜଣାପଡିଥିଲା। ଏହାପରେ ଯୁବକଙ୍କ ଛାତି ଚିରି ଛୁରି ବାହାର କରିବାକୁ ସିଟିଭିଏସ ବିଭାଗର ଡାକ୍ତରମାନେ ପଦକ୍ଷେପ ନେଇଥିଲେ। ଗତକାଲି ଏହି ଅପରେସନ ଶେଷ ହୋଇଛି। ଅ‌େସ୍ତ୍ରାପଚାର କରିବାକୁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ସାହୁ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories