www.samajalive.in
Sunday, December 7, 2025
14.1 C
Bhubaneswar

କେଶ ପାଇଁ ଏପରି କରନ୍ତୁ ଅଦାର ବ୍ୟବହାର

ବର୍ତ୍ତମାନର ସମୟରେ ପୁଅ ହେଉ ଅଥବା ଝିଅ ସଭିଏଁ କେଶ ଝଡ଼ିବା ସମସ୍ୟା ପାଇଁ ଖୁବ ଚିନ୍ତିତ। କମ ବୟସରେ ମଧ୍ୟ ଏହି କେଶ ଉପୁଡ଼ିବା ଓ ଚନ୍ଦାପଣ କାରଣରୁ ଲୋକେ ବିଭିନ୍ନ ଦ୍ରବ୍ୟର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର ଏହା ଲାଭଦାୟକ ହୋଇନଥାଏ। ଖାଦ୍ୟପେୟ, ବର୍ତ୍ତମାନର ଜୀବନଶୈଳୀ, କେଶ ସଠିକ ଭାବେ ଯତ୍ନ ନ ନେବା କେଶ ଉପୁଡ଼ିବାର ମୁଖ୍ୟ କାରଣ। ମାତ୍ର ଘରୋଇ ଉପାୟ ଦ୍ୱାରା ଆପଣ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବେ। ସେହି ଘରୋଇ ଉପାୟ ହେଉଛି ଅଦା। ଜାଣନ୍ତୁ କେଶ ପାଇଁ କିଭଳି କରିବେ ଅଦାର ବ୍ୟବହାର ….
ଅଦା ଏକ ଆଣ୍ଟିବ୍ୟାକ୍ଟେରିଅଲ ଔଷଧ ଅଟେ। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଫଳରେ ଏହାର ପ୍ରାକୃତିକ ଗୁଣ କେଶ ଉପୁଡ଼ିବା ସମସ୍ୟାକୁ ଦୂର କରିଥାଏ। ଅଦାର ରସ ସହ ଲେମ୍ବୁ ରସକୁ ମିଶାଇ କେଶରେ ଲଗାନ୍ତୁ। ଏହାକୁ ଲଗାଇ କିଛି ସମୟ ରଖିବା ପରେ ଭଲ ଭାବେ କେଶକୁ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହେବା ସହ ନୂତନ କେଶ ସୃଷ୍ଟି ହୋଇଥାଏ।
ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କରନ୍ତୁ। ଏହା ଛଡ଼ା ଆପଣ ନିଜ ଖାଦ୍ୟରେ ମଧ୍ୟ ଅଦାକୁ ସାମିଲ କରନ୍ତୁ। ଏପରି କରିବା ଦ୍ୱାରା କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories