www.samajalive.in
Saturday, December 13, 2025
18.1 C
Bhubaneswar

ଶିକ୍ଷକ ସମସ୍ୟାକୁ ନେଇ ବିଇଓଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ରେଙ୍ଗାଲି କ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଶିକ୍ଷା ଅଧିନରେ ଥିବା ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହୁ ଦିନରୁ ଶିକ୍ଷକ ସମସ୍ୟା ରହି ଆସୁଛି। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୨ ପିଲା ଅଧ୍ୟୟନ କରୁଛନ୍ତି। ମାତ୍ର ୩ଟି ଶିକ୍ଷକ ରହିଛନ୍ତି। ସେଥିରୁ ପୁଣି ଶିକ୍ଷକ ମାନେ ଅନେକ ଟ୍ରେନିଙ୍ଗ, ବିଭିନ୍ନ ଅଫିସ କାମରେ ନିୟୋଜିତ ହୋଇଥାନ୍ତି ଯାହା ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ଆସନ୍ତା ୩ ମାସ ମଧ୍ୟରେ ଏମାନଙ୍କ ମଧ୍ୟରୁ ପୁଣି ଜଣେ ଶିକ୍ଷକ ଅବସର ନେବେ ବୋଲି ଜଣାପଡ଼ିଛି। ସେଥି ପାଇଁ ଏ ଦିଗରେ ଦୃଷ୍ଟି ଦେଇ ଆଉ ଜଣେ ଶିକ୍ଷକ ଦେବା ପାଇଁ ଗ୍ରାମବାସୀ ଶିକ୍ଷା କାର୍ଯ୍ୟାଳୟକୁ ଆସି ଦାବି ପତ୍ର ପ୍ରଦାନ କରିଥିଲେ। ଗୋଟିଏ ମାସ ମଧ୍ୟରେ ଜଣେ ଶିକ୍ଷକ ନିଯୁକ୍ତି ଦେବା ସହ ପାଠ ପଢା ରେ କୌଣସି ଅସୁବିଧା ହେବ ନାହିଁ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପୁରୋହିତ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଖୁସି ହୋଇ ଫେରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories