www.samajalive.in
Sunday, December 14, 2025
23.1 C
Bhubaneswar

ଆହାର କେନ୍ଦ୍ର ଖୋଲା ଯିବା ପାଇଁ ଦାବି

ଫୁଲବାଣୀ: କନ୍ଧମାଳ ଖଜୁରୀପଡ଼ା ବ୍ଲକ ୧୪ଟି ପଞ୍ଚାୟତ ଓ ଦୁଇଟି ଜିଲ୍ଲା ପରିଷଦ ଜୁନକୁ ନେଇ ଗଠିତ। ହେଲେ ବ୍ଲକ ମୁଖ୍ୟାଳୟରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ତହସିଲ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟ, କୃଷି ବିଭାଗ, ଥାନା ଓ ବ୍ୟାଙ୍କ୍। ପ୍ରତ୍ୟେକ ଦିନ ଲୋକମାନେ ବିଭିନ୍ନ କାର୍ଯ୍ୟ ନେଇ ଏହିସବୁ କାର୍ଯ୍ୟାଳୟକୁ ଆସିଥାନ୍ତି। ଜନସାଧାରଣଙ୍କ ସୁବିଧାକୁ ଆଖି ଆଗରେ ରଖି ସରକାର ବ୍ଲକ ମୁଖ୍ୟାଳୟରେ ମଧ୍ୟ ଏହି ଆହାର କେନ୍ଦ୍ର ଖୋଲିଲେ ଲୋକମାନେ ବହୁ ଉପକୃତ ହୁଅନ୍ତେ ବୋଲି ଖଜୁରୀପଡ଼ା ବ୍ଲକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସମିତି ସଭ୍ୟ/ସଭ୍ୟା ମହାସଂଘ ଦାବି କରିଛି। ଜିଲ୍ଲାପାଳ ଏହାକୁ ଯଥାଶୀଘ୍ର ସରକାରଙ୍କ ନିକଟକୁ ଜଣାଇବା ସହିତ ଦାବିପତ୍ର ପଠାଇବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories