www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

ନୂଆଦିଲ୍ଲୀ : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ୪ ଦିନ ପାଇଁ ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସକାଳ ୯ଟା ୪୫ ମିନିଟରେ ତାଙ୍କ ବିମାନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଥିଲା । ତାଙ୍କୁ ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବାଗତ କରିଥିଲେ । ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ସନ୍ଧ୍ୟାରେ ସେ ପିଏମ୍ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଗସ୍ତ ୨ ଦେଶ ମଧ୍ୟରେ ବାଣିଜ୍ୟିକ, ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

କଲ୍ୟାଣ ମାର୍ଗରେ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦୀଙ୍କ ସହିତ ଜେଡି ଭାନ୍ସଙ୍କ ସାକ୍ଷାତ ହୋଇଛି । ଏହି ସମୟରେ ମୋଦୀ, ଭାନ୍ସଙ୍କ ପତ୍ନୀ ଓ ପିଲାଙ୍କ ସହିତ ମଧ୍ୟ ସାମିଲ ହୋଇଥିଲେ । ଭାନ୍ସଙ୍କ ପରିବାର ପାଇଁ ରେଡ୍ କାର୍ପେଟ୍ ବିଛାଯାଇଥିଲା ।

- Advertisement -

ଜେଡି ଭାନ୍ସ ଆମେରିକାର ଉପରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି । ପୂର୍ବରୁ ମୋଦୀ ଏବଂ ଭାନ୍ସ ଆମେରିକାରେ ନିର୍ବାଚନ ଫଳାଫଳ ଆସିବା ପରେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ଗଠନ ନେଇ ମତ ଦେଇଥିଲେ । ଏବେ ଭାନ୍ସଙ୍କ ଏହି ଗସ୍ତ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ୪ ଦିନିଆ ଗସ୍ତରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେଇପାରନ୍ତି । ମୋଦୀ ଏବଂ ଭାନ୍ସଙ୍କ ମଧ୍ୟରେ ଟାରିଫ୍ ମୁଦ୍ଦା, ଋଷ୍-ୟୁକ୍ରେନ୍ ଯୁଦ୍ଧ ଉପରେ ଚର୍ଚ୍ଚା ହେବା ନେଇ ଅନୁମାନ କରାଯାଉଛି ।

ଭାରତରେ ପହଞ୍ଚିବା ପରେ ଜେଡି ଭାନ୍ସ ନିଜ ପରିବାର ସହ ଅକ୍ଷରଧାମ ମନ୍ଦିର ଦର୍ଶନ କରିଛନ୍ତି । ଦର୍ଶନ ପରେ ତାଙ୍କ ପିଲାଙ୍କୁ ମନ୍ଦିର ବେଶ୍ ପସନ୍ଦ ଆସିଥିବା ଭାନ୍ସ କହିବା ସହ ଧନ୍ୟବାଦ ଜଣାଇଛନ୍ତି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories