www.samajalive.in
Sunday, December 14, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ ; ନଦୀ ମଝିରେ ସେଲ୍‌ଫି ନେଉଥିଲେ ଯୁବକ, ଆଉ ତା’ପରେ..

ନୂଆଦିଲ୍ଲୀ : ରିଲ୍ସ କରିବା ନିଶାରେ ଅନେକ ମୂଲ୍ୟବାନ୍‌ ଜୀବନ ଚାଲିଯାଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଯୁବକ ହୁଅନ୍ତୁ ଅଥବା ଯୁବତୀ ରିଲ୍ସ ପାଇଁ ସ୍ଥାନକାଳ ପାତ୍ର ଦେଖୁ ନାହାଁନ୍ତି । ନିକଟରେ ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଭିଡିଓ ଜଣେ ଯୁବକଙ୍କର । ଭିଡିଓରେ ଦେଖିପାରିବେ, ଜଣେ ଯୁବକ ନଦୀ ମଝିରେ ସେଲ୍‌ଫି ନେଉଛନ୍ତି ।

- Advertisement -

ସେହି ସମୟରେ ନଦୀର ପ୍ରଖର ସ୍ରୋତ ତାଙ୍କୁ ଭସାଇ ନେଇଛି । ନଦୀର ମଝିରେ ଥିବା ଏକ ପଥର ଉପରେ ଠିଆ ହୋଇ ଯୁବକ ଜଣକ ସେଲ୍‌ଫି ନେବାକୁ ଚେଷ୍ଟା କରୁଛନ୍ତି । ସେହି ସମୟରେ ସେ ଅନିୟନ୍ତ୍ରିତ ହୋଇ ନଦୀକୁ ଖସି ପଡୁଛନ୍ତି । ଏହି ଘଟଣାଟି ହିମାଚଳପ୍ରଦେଶର କୁଲ୍ଲୁ ଜିଲାର ପାର୍ବତୀ ଘାଟି ଅଞ୍ଚଳର ବୋଲି ଜଣାପଡିଛି ।
ସୌଭାଗ୍ୟବଶତଃ କିଛି ଲୋକେ ଯାଇ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ବୃହସ୍ପତି ଚଳନ : ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ବିବାହ, କାହାର ରହିବନି ଚିନ୍ତା

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories