ପିପିଲି : ଡେଲାଙ୍ଗ ଥାନା ରତନପୁର ଗ୍ରାମର ନିଖୋଜ ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ସେହି ଗ୍ରାମର ଜଣଙ୍କ ଘର ପାଇଖାନା ଟାଙ୍କିରୁ ପୁଲିସ ଉଦ୍ଧାର କରିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ଡେଲାଙ୍ଗ ପୁଲିସ ତଦନ୍ତ ଜାରି ରଖିଛି।
ସନ୍ଧାନୀ କୁକୁର ଉକ୍ତ ଯୁବକର ଘରେ ପଶିବା ପରେ ପୁଲିସ ତାକୁ ଥାନାରେ ଅଟକ ରଖି ପଚାରୁଚୁରା କରିବା ପରେ ତାକୁ ଛାଡିଦେଇଥିଲା । ତେବେ ତାର ଗତିବିଧି ଉପରେ ପୁଲିସ ନଜର ରଖିଥିବା ବେଳେ ରବିବାର ରାତିରେ ତାକୁ ଟାଙ୍ଗୀ ଚାନ୍ଦପୁର ସ୍ଥିତ ଢାବାରୁ ଉଠାଇ ଆଣି ପୁନର୍ବାର ପଚାରୁଚୁରା କରିବା ପରେ ସେ ସତ ମାନିଥିଲା। ଉକ୍ତ ରତନପୁର ଗ୍ରାମରେ ଥିବା ତା ଘର ପାଇଖାନା ଟାଙ୍କିରୁ ପୁଲିସ ନିଖୋଜ ନାବାଳକର ମୃତଦେହକୁ ଉଦ୍ଧାର କରିବା ସହ ତାକୁ ଅଧିକ ପଚାରୁଚୁରା ଚଳାଇଛି।
ପୁରୀ ଡେଲାଙ୍ଗର ଗତ ୧୫ ତାରିଖ ସନ୍ଧ୍ୟାରେ ନିଜ ଘର ସାମ୍ନାରୁ ନାବାଳକ ଜଣକ ନିଖୋଜ ହୋଇଥିଲେ। ହତ୍ୟା ସନ୍ଦେହରେ ଆଶୀର୍ବାଦର ଜଣେ ଯୁବକକୁ ପୁଲିସ ଅଟକ ରଖିଛି। ଏ ସଂକ୍ରାନ୍ତରେ ବର୍ତ୍ତମାନ ପର୍ଯ୍ୟନ୍ତ ଡେଲାଙ୍ଗ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।



