www.samajalive.in
Wednesday, December 10, 2025
23.1 C
Bhubaneswar

ବିଚଳିତ କରିବ ଭିଡିଓ: ୮୦ ବର୍ଷୀୟ ବୃଦ୍ଧଙ୍କୁ ବିଧା ଗୋଇଠା ମାରି ଘୋଷାରି ଘୋଷାରି ଡାକ୍ତରଖାନାରୁ ବାହାର କଲେ ଡାକ୍ତର

ସମାଜ ଡିଜିଟାଲ ଡେସ୍କ: ଡାକ୍ତରମାନଙ୍କୁ ୨ୟ ଭଗବାନଙ୍କ ସ୍ଵରୂପ ଭାବେ ବିବେଚନ କରାଯାଏ। ହେଲେ ସେହି ଡାକ୍ତର ଯଦି ବର୍ବରତାର ସୀମା ଟପିବେ ତା’ହେଲେ ମାନିବିକତାର ଆଶା କାହାଠୁ ରଖିବା। ଏପରି ଜଣେ ଡାକ୍ତରଙ୍କ ବର୍ବରତାର ଦୃଶ୍ୟ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ। ୮୦ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଡାକ୍ତର ଘୋଷାରି ଘୋଷାରି ତଣ୍ଟିଆ ମାରି ଡାକ୍ତରଖାନାରୁ ବିଦା କରିଛନ୍ତି। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଛତରପୁର ଜିଲା ଚିକିତ୍ସାଳୟକୁ ଜଣେ ୮୦ ବର୍ଷର ବୃଦ୍ଧ ଉଦ୍ଧବ ସିଂହ ଯୋଶୀ ଚିକିତ୍ସା ପାଇଁ ନିଜ ପତ୍ନୀଙ୍କ ସହିତ ଆସିଥିଲେ। ଏଥିପାଇଁ ସେମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ସେହି ସମୟରେ ରାଜେଶ ମିଶ୍ର ନାମକ ଡାକ୍ତର ତାଙ୍କ ନିକଟକୁ ଆସି ଦୁର୍ବ୍ୟବହାର କରିଥିଲେ। ଧାଡ଼ି ନିୟମ ମାନୁ ନ ଥିବା କହି ଡାକ୍ତର ଜଣକ ଉଦ୍ଧବଙ୍କୁ ଘୋଷାରି ଆଣିଥିଲେ। ପରେ ଅନ୍ୟ ଜଣେ କର୍ମଚାରୀଙ୍କୁ ଡକାଇଥିଲେ। ଡାକ୍ତର ଓ ସେହି କର୍ମଚାରୀ ଜଣକ ଉଦ୍ଧବଙ୍କୁ ଚାପୁଡ଼ା ଓ ବିଧା ଗୋଇଠା ମାରିବା ସହିତ ହାତ, ଗୋଡ଼ ଧରି ଘୋଷାରି ଘୋଷାରି ବାହାରେ ଫିଙ୍ଗି ଦେଉଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଗତ ୧୭ ତାରିଖରେ ଏହି ଘଟଣା ଘଟିଛି। ଏହି ଘଟଣାକୁ ନେଇ କଂଗ୍ରେସ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି।

- Advertisement -

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories