ଆଠଗଡ: ଆଠଗଡ ବନଖଣ୍ଡ କାର୍ଯ୍ୟାଳୟର ରାତ୍ର ଜଗୁଆଳି ଶନିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଡମ୍ବା ଥାନା ଅନ୍ତର୍ଗତ ବାଦଭୂଇଁ ଗ୍ରାମର ପଞ୍ଚାନନ ସ୍ୱାଇଁ। ସେ ଶୁକ୍ରବାର ରାତିରେ ନିଜ ବିଭାଗୀୟ କ୍ବାର୍ଟର୍ସ ମଧ୍ୟରେ କୌଣସି କାରଣରୁ ରଶି ଲଗାଇ ଝୁଲି ପଡ଼ିଥିଲେ। ଖବର ପାଇ ଆଠଗଡ ଥାନା ଆଇଆଇସି ସୁମତି ମହାନ୍ତି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଆଠଗଡ ଉପଖଣ୍ତ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଠଗଡ ଉପଖଣ୍ତ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ। ମୃତ ପଞ୍ଚାନନଙ୍କ ଭାଇ ସୁଜିତ ଏ ସମ୍ପର୍କରେ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Popular Categories



