www.samajalive.in
Sunday, December 14, 2025
23.1 C
Bhubaneswar

ଜାଣନ୍ତୁ ରାଶି ଅନୁଯାୟୀ ପିନ୍ଧିବେ କେଉଁ ରଙ୍ଗର ଘଣ୍ଟା: ହେବେ ଧନୀ, ପାଇବେ ସଫଳତା

ସମୟର ପ୍ରତ୍ୟେକ ବ୍ୟକ୍ତି-ବିଶେଷଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଅଧିକାଂଶ ଲୋକଙ୍କୁ ହାତରେ ଘଣ୍ଟା ପିନ୍ଧିବା ବେଶ ପସନ୍ଦ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତର ଘଣ୍ଟା ସମୟ ବଦଳାଇଥାଏ । ତେଣୁ ରାଶି ଅନୁଯାୟୀ ସଠିକ୍‌ ରଙ୍ଗର ଘଣ୍ଟା ପିନ୍ଧିବା ଦ୍ୱାରା ଜୀବନରେ ସଫଳତା ସର୍ବଦା ମିଳିଥାଏ ବୋଲି ମାନ୍ୟତା ରହିଛି । ଧନର ଆଗମନ ହୋଇଥାଏ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ । ଜାଣନ୍ତୁ ରାଶି ଅନୁଯାୟୀ ପିନ୍ଧିବେ କେଉଁ ରଙ୍ଗର ଘଣ୍ଟା..

ମେଷ- ମେଷ ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ମଙ୍ଗଳ ଗ୍ରହ । ତେଣୁୁ ଏହି ରାଶି ବ୍ୟକ୍ତି ବିଶେଷ ଲାଲ, ମେରୁନ୍‌, ରୋଜ୍‌ ଗୋଲ୍ଡ ରଙ୍ଗର ଘଣ୍ଟା ପିନ୍ଧିବା ଉଚିତ୍‌ ।

- Advertisement -

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଶୁକ୍ର ଗ୍ରହ । ଶୁକ୍ରଙ୍କୁ ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ବୈଭବ ପ୍ରତୀକ ବୋଲି କୁହାଯାଏ । ଏହି ରାଶି ଲୋକେ କେବଳ ଗୋଲାପି, ଧଳା, ହାଲୁକା ସବୁଜ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ବୁଧ । ଏମାନେ ହାତରେ ସବୁଜ କିମ୍ବା ହାଲୁକା ସବୁଜ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଚନ୍ଦ୍ରମା। ଏମାନେ ଧଳା, ପାଉଁଶିଆ ଆଦି ରଙ୍ଗର ଘଣ୍ଟା ପିନ୍ଧି ପାରିବେ।

ଶନିଙ୍କ ରାଶିରେ ରାହୁଙ୍କ ଚଳନ ; ମେ’ରେ ଏହି ରାଶି ହେବେ ମାଲାମାଲ୍‌

ସିଂହ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ସୂର୍ଯ୍ୟ। ଏମାନେ ସୁନେଲି, ଲାଲ କିମ୍ବା କମଳା ରଙ୍ଗର ଘଣ୍ଟା ପିନ୍ଧି ପାରିବେ।

କନ୍ୟା- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ବୁଧ । ଏମାନେ ସବୁଜ, ହାଲୁକା ମାଟିଆ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।

ତୁଳା- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଶୁକ୍ର । ଏମାନେ ଗୋଲାପି, ହାଲୁକା ନୀଳ, ପାଉଁଶିଆ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।

ବିଛା- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ମଙ୍ଗଳ । ଏମାନେ ଲାଲ, କଳା କିମ୍ବା ମେରୁନ୍‌ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।

ଧନୁ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଗୁରୁ ଗ୍ରହ । ଏମାନେ ହଳଦିଆ, ସୁନେଲି କିମ୍ବା କମଳା ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।

ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଶନି । ଏମାନେ କଳା, ପାଉଁଶିଆ, ମାଟିଆ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଶନି । ଏମାନେ ନୀଳ, ଗାଢ ନୀଳ, କଳା ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।

ମୀନ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଗୁରୁ ଗ୍ରହ । ଏମାନେ ଆକାଶୀ, ହାଲୁକା ବାଇଗଣୀ, ଧଳା ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।

ଦେଖନ୍ତୁ ଛାତିଥରା ଭିଡିଓ ; ସାଙ୍ଗଙ୍କ ସହ ରାଫ୍ଟିଂ ପାଇଁ ଯାଇ ଋଷିକେଶ ନଦୀରେ ଭାସି ଯାଇ ଚାଲିଗଲା ଜୀବନ, ଜୀବନ ରକ୍ଷା କରିବାକୁ କରୁଥିଲେ ସଂଘର୍ଷ

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories