www.samajalive.in
Saturday, December 6, 2025
15.1 C
Bhubaneswar

ରମ୍ଭା କଲେଜ ରୋଡ଼-ବିରୁଳିଗଡ଼ ଗଳାଶଙ୍ଖ ରାସ୍ତା ପାଲଟିଛି ମରଣଯନ୍ତା 

ଗଞ୍ଜାମ : ରମ୍ଭା କଲେଜ ଛକରୁ ଓ ବିରୁଳିଗଡ଼ ସଂଯୋଗ ଗଳା ଶଙ୍ଖ ରାସ୍ତା ମରଣଯନ୍ତା ପାଲଟିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ପକ୍ଷଙ୍କ ଦୃଷ୍ଟି ନାହିଁ। ସେହି ରାସ୍ତାରେ ବିରାଟ ଗର୍ତ୍ତ ଗୁଡ଼ିକ ରହିବା ଫଳରେ ବର୍ଷା ହେବା ମାତ୍ରେ ବର୍ଷା ପାଣି ଜମି ରହୁଛି। ଏପରିକି ସେଠାରେ କୃତିମ ପୋଖରୀ ସୃଷ୍ଟି ହେଉଛି। ପାଣି ଜମିବା ଫଳରେ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଯାହାଫଳରେ ପ୍ରତିଦିନ ଦୁଇରୁ ତିନୋଟି ଦୁର୍ଘଟଣା ଘଟୁଛି।

ସୂଚନା ଯୋଗ୍ୟ ରାସ୍ତାରେ ପ୍ରତ୍ୟେକ ଦିନ ବ୍ୟବସାୟୀମାନେ,ଛାତ୍ରଛାତ୍ରୀ ରମ୍ଭା ଓ ପୁରୁଷୋତ୍ତମପୁର ପର୍ଯ୍ୟନ୍ତ  ଯିବା ଆସିବା ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ବିଶେଷ କରି ରମ୍ଭା କଲେଜକୁ ସେହି ରାସ୍ତା ଦେଇ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରୁ ଛାତ୍ରଛାତ୍ରୀମାନେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହାର ମରାମତି ହେଉନାହିଁ। ଏନଏସି ପ୍ରଶାସନ ଓ ପୂର୍ତ୍ତ ବିଭାଗ ଦୃଷ୍ଟି ଆକର୍ଷଣ କରି ଏହାର ମରାମତି ପାଇଁ ରମ୍ଭାବାସୀ ଦାବି କରିଛନ୍ତି।

୮୨ ବର୍ଷ ପରେ ଅକ୍ଷୟ ତୃତୀୟାରେ ଗ୍ରହଙ୍କ ଶୁଭ ସଂଯୋଗ: ଏହି ରାଶି କିଣିବେ ନୂଆ ଘର,ଗାଡି ହେବେ ମାଲାମାଲ୍‌, ରହିବନି ଚିନ୍ତା

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories