www.samajalive.in
Thursday, December 11, 2025
15.1 C
Bhubaneswar

ଲାଞ୍ଜିଗଡ-ବେନଗାଁ ରାସ୍ତା ଅବସ୍ଥା ଶୋଚନୀୟ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡଠାରୁ ବେନଗାଁକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଲାଞ୍ଜିଗଡଠାରୁ ବାନୀଗାଁ, ବୀରସିଙ୍ଗେର, ପାଜିବାହାଲି, ପଦ୍ମଥୋପା ଦେଇ ବେନଗାଁକୁ ସଂଯୋଗ କରୁଥିବା ଏହି ୧୨ କିମି ବିଶିଷ୍ଟ ରାସ୍ତା ନିର୍ମାଣ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ସତେ ଯେମିତି ଭୁଲିଯାଇଛି। ଲାଞ୍ଜିଗଡ ତଥା ଶିଳ୍ପାଞ୍ଚଳରୁ ଘାଟି ଅଞ୍ଚଳକୁ ସିଧାସଳଖ ଯୋଡ଼ୁଥିବା ଏହି ରାସ୍ତାର ଦୂରାବସ୍ଥା ଯୋଗୁଁ ଲୋକେ ଯାତାୟତ କରିବା ମୁସ୍କିଲ ହୋଇପଡିଛି।

୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ

- Advertisement -

ଏପରିକି ଏହି ରାସ୍ତା ଦେଇ ଯାନବାହନ ସହିତ ରୋଗୀ ନେଇ ଯିବାଆସିବା କରିବାକୁ ଆମ୍ବୁଲାନ୍ସ ପାଇଁ ମଧ୍ୟ ଅସୁବିଧା ହେଉଛି। ଘାଟି ନିକଟରେ ରାସ୍ତା ସଂପୂର୍ଣ୍ଣ ଉଜୁଡି ଯାଇଥିବାବେଳେ ଏହାର ମରାମତି ମଧ୍ୟ କରାଯାଉ ନାହିଁ। ଲାଞ୍ଜିଗଡ ବ୍ଲକର ଘାଟି ଅଞ୍ଚଳରେ ଥିବା ବେନଗାଁ, ଲାଖବାହାଲି, ବିଜେପୁର, ପାହାଡ଼ପଦର, ମାଳିଯୁବାଙ୍ଗ ଆଦି ପଞ୍ଚାୟତର ୨୦ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ହାଟ ବଜାର ଓ ଡାକ୍ତରଖାନା ପାଇଁ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବାବେଳେ ରାସ୍ତା କିନ୍ତୁ ଲୋକଙ୍କୁ ଗମନାଗମନରେ ସୁବିଧା କରିବା ପରିବର୍ତ୍ତେ ବାଧା ସାଜି ଉଭା ହୋଇଛି। ଯାହାଫଳରେ ବିପଦସଂକୁଳ ଏହି ରାସ୍ତା ପାଇଁ ଜନ ସାଧାରଣଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର କରିଥିବାବେଳେ ତାଙ୍କର ରକ୍ଷଣାବେକ୍ଷଣ ଅବଧି ସରିନାହିଁ। କିନ୍ତୁ ନିମ୍ନମାନର ରାସ୍ତା କାମ ଯୋଗୁଁ ଏହି ରାସ୍ତା ଅଧା ଦିନରେ ଉଜୁଡି ଯାଇଥିବାବେଳେ ଏହାର ମରାମତି ଓ ରକ୍ଷଣାବେକ୍ଷଣକୁ ସେ ନଜର ଅନ୍ଦାଜ କରିଚାଲିଛନ୍ତି। ଏପରିକି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ତାଗିଦ କରୁଥିଲେ ହେଁ ସେ ଖାତିର କରୁନଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଠିକାଦାରଙ୍କ ଅବହେଳାକୁ ସ୍ୱୀକାର କରିବା ସହିତ ପ୍ରତି ଦୁଇମାସରେ ଆମେ ଫଟୋ ଉଠେଇ ରାସ୍ତା ଖରାପ ଅଛି ବୋଲି ରିପୋର୍ଟ ଦେଉଛୁ କିନ୍ତୁ ସେ ଆଦୌ ଖାତିର କରୁନାହାନ୍ତି ବୋଲି କହିଛନ୍ତି। ସେହିପରି ଠିକାଦାରଙ୍କ ଦ୍ୱାରା ନିର୍ମିତ ଏହି ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ଅବଧି ଶେଷ ହୋଇନଥିବାରୁ ଏଥିପାଇଁ ତାଙ୍କୁ ପୁଣି ତାଗିଦ କରାଯିବ ବୋଲି କହିଛନ୍ତି।

ପୁଣି ବଢିଲା ; ଲକ୍ଷେ ମୁହାଁ ସୁନା ଦାମ୍‌

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories