www.samajalive.in
Saturday, December 6, 2025
15.1 C
Bhubaneswar

ମୁର୍ଶିଦାବାଦ ହିଂସା ଯୋଜନାବଦ୍ଧ: ମମତା

କଲକାତା: ୱାକଫ୍ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଘଟିଥିବା ହିଂସାକାଣ୍ଡ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାରର ଏକ ଯୋଜନାବଦ୍ଧ କାର୍ଯ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୁଧବାର ମୁର୍ଶିଦାବାଦ ହିଂସା ପ୍ରସଙ୍ଗରେ ମମତା ଇମାମମାନଙ୍କର ବୈଠକରେ ମମତା କହିଛନ୍ତି ଯେ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଘଟାଇ ଲୋକଙ୍କୁ ଭୟଭୀତ କରିବାକୁ ବିଜେପି ପୂର୍ବରୁ ଯୋଜନା କରିଥିଲା। ବିଜେପିର ଯୋଜନା ଅନୁଯାୟୀ ହିଂସାକାଣ୍ଡ ଘଟିଛି। ପୂର୍ବରୁ ବିଜେପି ଅଭିଯୋଗ କରିଥିଲା ଯେ ୱାକଫ୍ ହିଂସାରେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀ ଜଡିତ। ବିଜେପିର ଏପରି ଅଭିଯୋଗକୁ ଖଣ୍ଡନ କରି ମମତା କହିଛନ୍ତି ଯେ ୱାକଫ୍ ହିଂସାରେ ଯଦି ଟିଏମସି କର୍ମୀ ଜଡିତ ଥାଆନ୍ତେ ତେବେ ଏହି ହିଂସାରେ ଟିଏମସି କର୍ମୀଙ୍କ ଘର ପୋଡି ନଥାନ୍ତା। ମମତା ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର କହୁଛନ୍ତି ଯେ ପଶ୍ଚିମବଙ୍ଗ ୱାକଫ୍ ହିଂସାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ହାତ ରହିଛି। ଏ ସମ୍ପର୍କରେ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି। ଯଦି ବାଂଲାଦେଶର ଅନୁପ୍ରବେଶକାରୀ ଭାରତରେ ହିଂସା ଘଟାଇଛନ୍ତି ତେବେ ଏହାକୁ ରୋକିବା ଦାୟିତ୍ବ କେନ୍ଦ୍ର ସରକାରଙ୍କର। ତେଣୁ ପରୋକ୍ଷରେ କହିବାକୁ ଗଲେ ହିଂସା ପାଇଁ କେନ୍ଦ୍ର ସରକାର ହିଁ ଦାୟୀ। କାରଣ ବାଂଲାଦେଶ-ଭାରତ ସୀମା ସୁରକ୍ଷା ଦାୟିତ୍ବରେ ବିଏସଏଫ୍ ରହିଛି। ଏହି ବିଏସଏଫ୍‌କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିୟନ୍ତ୍ରଣ କରୁଛି। ଆଉ ଏହି ମନ୍ତ୍ରଣାଳୟର ମନ୍ତ୍ରୀ ହେଉଛନ୍ତି ଅମିତ ଶାହା। ତେଣୁ ଅମିତ ଶାହା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଅର୍ଥ ଦେଇ ପଶ୍ଚିମବଙ୍ଗରେ ହିଂସା ଘଟାଇଛନ୍ତି। ତେଣୁ ଶାହାଙ୍କ ଏପରି କାର୍ଯ୍ୟ ଉପରେ ନଜର ରଖିବାକୁ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି। ନିଜର ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଶାହା ଏବେ ଦେଶକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ସଂସଦରେ ୱାକଫ୍ ବିଧେୟକକୁ ଦୃଢ ବିରୋଧ କରିଥିଲା ବୋଲି ମମତା ଇମାମମାନଙ୍କୁ କହିଥିଲେ। ପଶ୍ଚିମବଙ୍ଗ ହିଂସାକୁ ନେଇ ଗଣମାଧ୍ୟମ ମିଥ୍ୟା ତଥ୍ୟ ପ୍ରଚାର କରୁଛି। ହିଂସାକୁ ନେଇ ମିଛ ଭିଡିଓ ପ୍ରସ୍ତୁତ କରାଯାଇ ଗଣମାଧ୍ୟମରେ ପ୍ରସାର କରାଯାଉଛି। ମୁର୍ସିଦାବାଦ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ମମତା ୧୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories