ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଭିଡିଓଟି ଏକ ବିଶାଳକାୟ ଅଜଗର ଓ ଜଣେ ବ୍ୟକ୍ତିଙ୍କର ।
ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ଏକ ବିଶାଳକାୟ ଅଜଗର ସାପ ସହ ଏକାଠି ଗାଧୋଉଛନ୍ତି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବ୍ୟକ୍ତି ଜଣକ ଆଦୌ ଭୟ ନକରି ଆରାମରେ ବାଥ୍ଟବ୍ରେ ଏକ ବିଶାଳକାୟ ଅଜଗର ସାପ ସହ ନଜର ଆସୁଛନ୍ତି । କଳା,ହଳଦିଆ ମିଶ୍ରିତ ରଙ୍ଗର ବିରାଟକାୟ ଅଜଗର ସହ ବ୍ୟକ୍ତି ଜଣକ ଗାଧୋଉଛନ୍ତି ।
ଦେଢ ବର୍ଷ ପରେ କେତୁ ଚଳନ: ଏହି ରାଶି ହେବେ ମାଲାମାଲ୍, ବଢିବ ଦରମା, କିଣିବେ ନୂଆ ଘର, ଗାଡି..
ଦେଖନ୍ତୁ ଭିଡିଓ; ଟୋଲକର୍ମୀଙ୍କୁ ଚାପୁଡା ପରେ ଚାପୁଡା ମାରି ମହିଳା କଲେ ରକ୍ତାକ୍ତ, ଘଟିଥିଲା ଏମିତି କିଛି..



