www.samajalive.in
Sunday, December 14, 2025
15.1 C
Bhubaneswar

୧୮ଟି ଜିଲ୍ଲାର ସାଙ୍ଗଠନିକ ନିର୍ବାଚନ ଶେଷ, ଜିଲ୍ଲା ସଭାପତି ଚୟନ କଲା ବିଜେଡ଼ି

ଡେସ୍କ: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ୧୮ଟି ଜିଲ୍ଲାର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସେହି ୧୮ଟି ଜିଲ୍ଲାରେ ଏକକ ନାମାଙ୍କନ ଥିବାରୁ ଜିଲ୍ଲା ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।

ଅନୁଗୁଳ ଜିଲ୍ଲା ସଭାପତି ଭାବେ ବ୍ରଜ କିଶୋର ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ସଭାପତି ଭାବେ ସୁଶାନ୍ତ ମହାପାତ୍ର, ଭଦ୍ରକରେ ଜଗନ୍ନାଥ ସ୍ୱାଇଁ, ବୌଦ୍ଧରେ ପ୍ରଦୀପ କୁମାର ଅମାତ, ଦେବଗଡ଼ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତିରେ ପ୍ରଦୀପ ନାୟକ, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି ନିର୍ବାଚିତ ହୋଇଛନ୍ତି।

- Advertisement -

ସେହିପରି ଯାଜପୁର ଜିଲ୍ଲା ସଭାପତି ଭାବେ ସରୋଜ ମହାପାତ୍ର ନିର୍ବାଚିତ ହୋଇଥିବା ବେଳେ ଝାରସୁଗୁଡା ପାଇଁ ହରିସ ଗଂତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା, ମାଲକାନଗିରି – ମାନସ ମାଡକାମୀ, ମୟୁରଭଞ୍ଜ (୧) – ସୁଦାମ ମାରାଣ୍ଡି, ନବରଙ୍ଗପୁର – ମନୋହର ରାନ୍ଧାରୀ, ନୟାଗଡ଼ – ରମେଶ ବେହେରା, ନୂଆପଡା – ଅବନୀ ରଞ୍ଜନ ଯୋଶୀ, ପୁରୀ – ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର – ସରୋଜ କୁମାର କାମ୍ପା ଓ ସୁନ୍ଦରଗଡ଼ – ଯୋଗେଶ କୁମାର ସିଂ ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଥିବା ବିଜେଡି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories