www.samajalive.in
Sunday, December 14, 2025
26.1 C
Bhubaneswar

ହ୍ବାଟ୍ସଆପ୍‌ର ନୂଆ ଫିଚର: ଏଣିକି ଆପ୍‌ ନ ଖୋଲି କରିପାରିବେ କଲ୍‌, ଜାଣନ୍ତୁ କିପରି..

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ଲୋକେ ହ୍ବାଟ୍ସଆପ୍‌ କଲ୍‌ର ଅଧିକ ବ୍ୟବହାର କରୁଛନ୍ତି। ଏହାକୁ ଧ୍ୟାନରେ ରଖି ହ୍ବାଟ୍ସଆପ୍‌ ଏକ ଚମତ୍କାର ଫିଚର ଲଞ୍ଚ୍ କରିଛି। ତେବେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ। ଏହି ଫିଚର ସାହାଯ୍ୟରେ ଏଣିକି ଆପଣ ହ୍ବାଟ୍ସଆପ୍‌କୁ ଡିଫଲ୍ଟ ଆପ୍ ଭାବରେ ସେଟ୍ କରିପାରିବେ। ଏହାର ଅର୍ଥ ହେଉଛି, ଯେବେବି ଆପଣ କାହାକୁ କଲ୍ କରିବାକୁ ଚାହିଁବେ, ନମ୍ବର ଡାଏଲ୍ କରିବା ପରେ କଲ୍ ଆପଣଙ୍କ ସିମ୍ ମାଧ୍ୟମରେ ନୁହେଁ ବରଂ ସିଧାସଳଖ ହ୍ୱାଟ୍ସଆପ୍ ମାଧ୍ୟମରେ ଲାଗିବ। ଏଥିପାଇଁ ଆପଣଙ୍କୁ ବାରମ୍ବାର ହ୍ବାଟ୍ସଆପ୍‌କୁ ଯାଇ ନମ୍ବର ଡାଏଲ କରିବାକୁ ପଡ଼ିବ ନାହିଁ। ତେବେ ଏହି ଫିଚର ଏବେ କେବଳ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ।

ହ୍ବାଟ୍ସଆପ୍‌କୁ କରନ୍ତୁ ଡିଫଲ୍ଟ ଆପ୍‌:

- Advertisement -

– ଏହି ଫିଚରକୁ ସକ୍ରିୟ କରିବାକୁ ହେଲେ ହ୍ବାଟ୍ସଆପ୍‌ ଲାଟେଷ୍ଟ ଭର୍ସନରେ ଅପଡେଟ୍ ହୋଇଥିବା ଆବଶ୍ୟକ। ଏହି ଫିଚର ଲାଗୁ କରିବାକୁ ହେଲେ ହ୍ବାଟ୍ସଆପ୍‌କୁ ଭର୍ସନ ୨୫.୧୦.୭୨ରେ ଅପଡେଟ୍ କରିବା ଆବଶ୍ୟକ। ଏହାପରେ ନିଜ ଆଇଓଏସ ଡିଭାଇସରେ ସେଟିଙ୍ଗ୍ସକୁ ଯାଆନ୍ତୁ।

– ସେଟିଙ୍ଗ୍ସରେ ଆପ୍ସକୁ ଯାଆନ୍ତୁ। ଆପ୍ସ ଭିତରେ ଡିଫଲ୍ଟ ଆପ୍ସ ଅପ୍ସନ ଉପରେ କ୍ଲିକ୍ କରନ୍ତୁ। ଡିଫଲ୍ଟ ଆପ୍ସ ସେକ୍ସନରେ କଲିଂ ଉପରେ କ୍ଲିକ୍‌ କରନ୍ତୁ।

– କଲିଂ ସେକ୍ସନରେ ହ୍ବାଟ୍ସଆପ୍‌କୁ ନିଜର ଡିଫଲ୍ଟ କଲିଂ ଆପ୍‌ ଭାବେ ଚୟନ କରନ୍ତୁ। ଏହାପରେ ଆପଣଙ୍କୁ ନିଶ୍ଚିତ କରାଯିବ ଯେ ଏବେ କଲ୍ କରିବା ପାଇଁ ହ୍ବାଟ୍ସଆପ୍‌ର ବ୍ୟବହାର କରାଯିବ। ଆପଣ ଯେତେବେଳେ ଚାହିଁବେ ଏଠାରୁ ଫୋନ୍ ଆପ୍‌କୁ ପୁଣି ଥରେ ନିଜର ଡିଫଲ୍ଟ ଆପ୍ କରିପାରିବେ। ଏହା ବ୍ୟତୀତ ଯଦି ଆପଣଙ୍କ ଫୋନରେ ଜୁମ୍ କିମ୍ବା ଫେସଟାଇମ୍ ଭଳି ଅନ୍ୟ କଲିଂ ଆପ୍ ଅଛି, ତେବେ ଆପଣ ସେଗୁଡ଼ିକୁ ମଧ୍ୟ ଡିଫଲ୍ଟ କଲିଂ ଆପ୍ କରିପାରିବେ।

ଏଥିପ୍ରତି ଧ୍ୟାନ ଦିଅନ୍ତୁ:

ଏହି ଫିଚର ବର୍ତ୍ତମାନ କେବଳ iOS ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ। ଆଣ୍ଡ୍ରଏଡରେ ଏହି ଫିଚର ଉପଲବ୍ଧ ହେବ କି ନାହିଁ ସେ ବିଷୟରେ ମେଟା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories