www.samajalive.in
Sunday, December 14, 2025
23.1 C
Bhubaneswar

ବର୍ଷେ ପରେ ସୂର୍ଯ୍ୟଙ୍କ ମହାଚଳନ ; ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ଚାକିରି, ବିବାହ, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ୧୪ ଏପ୍ରିଲ, ୨୦୨୫ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ । ଏହି ଦିନ ମେଷ ସଂକ୍ରାନ୍ତି । ଅର୍ଥାତ୍‌ ସୂର୍ଯ୍ୟଦେବତା ମେଷ ରାଶିରେ ପ୍ରବେଶ କରିଛନ୍ତି । ଏହାସହ ସୂର୍ଯ୍ୟ ଦେବ ନିଜର ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରିବେ । ସୂର୍ଯ୍ୟଙ୍କ ଏହି ଚଳନକୁ ମହାଚଳନ ବୋଲି କୁହାଯାଏ । ବର୍ଷକୁ ଥରେ ଏପରି ହୋଇଥାଏ ।

ସୂର୍ଯ୍ୟଙ୍କ ମହାଚଳନ ଅର୍ଥାତ୍‌ ଏକାଠି ରାଶି ଓ ନକ୍ଷତ୍ର ପରିବର୍ତ୍ତନ ପ୍ରତ୍ୟେକ ବର୍ଷ ହୋଇଥାଏ । ମାତ୍ର ନକ୍ଷତ୍ର ଓ ରାଶି ଗୋଟିଏ ସମୟରେ ଅନୁକୂଳ ରହିଲେ, ଏହାର ବିଶେଷ ମହତ୍ତ୍ୱ ରହିଛି । ସୂର୍ଯ୍ୟଙ୍କୁ ଆତ୍ମା, ଶକ୍ତି, ସଫଳତା, ମାନ-ସମ୍ମାନ ଓ ନେତୃତ୍ୱର କାରକ ବୋଲି କୁହାଯାଏ । ସୂର୍ଯ୍ୟ ନିଜ ଉଚ୍ଚ ରାଶି ମେଷ ରାଶିରେ ପ୍ରବେଶ କରିବା ଦ୍ୱାରା ଶକ୍ତିଶାଳୀ ହୋଇଥାଏ । ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..

- Advertisement -

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ସଠିକ୍‌ ନିଷ୍ପତ୍ତି ନେବେ । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଚାକିରିରେ ପଦନ୍ନୋତି ସହ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ ।

ସିଂହ- ପଦ-ପ୍ରତିଷ୍ଠା ସହ ମାନ-ସମ୍ମାନ ବୃଦ୍ଧି ହେବ । ସରକାରୀ କ୍ଷେତ୍ରରେ ଲାଭ ମିଳିବ । ଆୟରେ ବୃଦ୍ଧି ସହ ଧନ ପ୍ରାପ୍ତି ହେବ ।

କନ୍ୟା- ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । କୌଣସି ନୂଆ ଜିନିଷ କିଣିବାର ଯୋଗ ରହିଛି । ଭାବି ଚିନ୍ତି ନିଷ୍ପତ୍ତି ନେଇ ସଫଳତା ପାଇବେ ।

ଧନୁ- ବିଦେଶ ଯାତ୍ରାର ଯୋଗ ରହିଛି । ଶୁଭ ଖବର ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ । ମାନସିକ ଶାନ୍ତି ମିଳିବ ।

ମକର- କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଜୀବନରେ ସଫଳତା ସହ ଆମଦାନୀର ନୂଆ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ପଦନ୍ନୋତି ସହ ନୂଆ ଚାକିରିର ଯୋଗ ରହିଛି । ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ ।

କୁମ୍ଭ- ପରିବାରରେ ହସଖୁସିର ବାତାବରଣ ରହିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ସମ୍ପର୍କରେ ମଧୁରତା ରହିବ । ଆୟରେ ବୃଦ୍ଧି ହେବ ।

ମୀନ- ମାନସିକ ଶାନ୍ତି ମିଳିବ । ଆମଦାନୀରେ ବୃଦ୍ଧି ହେବ । ଜୀବନରେ ଅନେକ ସକରାତ୍ମକ ଘଟଣା ଘଟିବ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ସଫଳତା ମିଳିବ ।

୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories