www.samajalive.in
Saturday, December 6, 2025
26.1 C
Bhubaneswar

ବିବାହ ପୂର୍ବରୁ ହିଁ ଝିଅର ନାମ ସ୍ଥିର କଲେ ଆଲିଆ

ମୁମ୍ବଇ : ବଲିଉଡ ଚୁଲବୁଲି ନାୟିକା ଆଲିଆ ଭଟ୍ଟ ବର୍ତ୍ତମାନ ନିଜର ଆଗାମୀ ଚଳଚ୍ଚିତ୍ର ଗଲିବୟର ପ୍ରଚାର ପାଇଁ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ସହ ରଣବୀର ସିଂହ ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ଗଲିବୟ ଏକ ର‍୍ୟାପରର ଜୀବନ କାହାଣୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ର ବ୍ୟତୀତ ଆଲିଆ ଓ ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଆଲିଆ ବିବାହ ପାଇଁ ରାଜି ନାହାନ୍ତି ସତ କିନ୍ତୁ ତାଙ୍କର ଯଦି ଝିଅ ହୁଏ ତାର ନାମ କଣ ରଖିବେ ତାହା ସ୍ଥିର କରିସାରିଲେଣି।
ନିକଟରେ ଗଲିବୟ ପ୍ରଚାର ପାଇଁ ଆଲିଆ ଓ ରଣବୀର ନୃତ୍ୟ ଭିତ୍ତିକ ରିଆଲିଟି ସୋ ସୁପର ଡ୍ୟାନ୍ସରରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିଯୋଗୀ ଆଲିଆଙ୍କ ନାମ ଭୁଲରେ ଆଲମା ଉଚ୍ଚାରଣ କରିଥିଲେ। ପରେ ଆଲିଆ କହିଥିଲେ ଏହି ନାମ ବହୁତ ସୁନ୍ଦର ମୋର ଝିଅ ହେଲେ ମୁଁ ଏହି ନାମକରଣ କରିବି। ରଣବୀର କପୁରଙ୍କ ସହ ବିବାହକୁ ନେଇ ଆଲିଆ କହିଥିଲେ ଏବେ ବଲିଉଡରେ ବହୁ ବିବାହ ହୋଇଛି, ଏ କଥା ପରେ ଚିନ୍ତା କରିବୁ। ଗଲିବୟ ଚଳଚ୍ଚିତ୍ର ଫେବୃଆରୀ ୧୪ ତାରିଖରେ ମୁକ୍ତିଲାଭ କରିବ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories