www.samajalive.in
Sunday, December 14, 2025
26.1 C
Bhubaneswar

ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ ଭବ୍ୟ କଳସ ଶୋଭାଯାତ୍ରା ସହ ନାମଯଜ୍ଞ ଆରମ୍ଭ

ଲାଞ୍ଜିଗଡ଼ :  ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡଠାରେ ଷୋହଳ ପ୍ରହରୀ ନାମଯଜ୍ଞ ନିମନ୍ତେ ଭବ୍ୟ କଳସ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହେଇଯାଇଛି । ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଅବସରରେ ଲାଞ୍ଜିଗଡ଼ ବଜାରପଡ଼ା ସାପ୍ତାହିକ ହାଟ ପ୍ରାଙ୍ଗଣରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଛି । ରବିବାର ସନ୍ଧ୍ୟାରେ ଏଥିପାଇଁ ବଂଶଧାରା ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଯୁଧିଷ୍ଠିର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ହଜାର ହଜାର ମହିଳା ଭକ୍ତ ସାମିଲ ହୋଇଥିଲେ । ଆଜି ନାମଯଜ୍ଞର ଅଧିବାସ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଶୁଭକଳସ ସ୍ଥାପନ କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ସୁବାଷ ଅଗ୍ରୱାଲ ଓ ପିଙ୍କିବାଇ ଅଗ୍ରୱାଲ, ସହକର୍ତ୍ତା ଭାବେ ସନ୍ତୋଷ ଦଣ୍ଡସେନା ଓ ତାଙ୍କ ଧର୍ମପତ୍ନୀ ସରିତା ଦଣ୍ଡସେନା, ପିତାମ୍ବର ଡମବିଶି ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ବ ତୁଲାଉଥିବାବେଳେ ପୂଜକ ଭାବେ ମୁରଲୀଧର ତ୍ରିପାଠୀ ,ଚକ୍ରଧର ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ମଧୁସୂଦନ କର, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, କରୁଣାକର ତ୍ରିପାଠୀ, ଟଙ୍କଧର ଦାସ ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି। ଏହି ଅବସରରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଶ୍ରୀଧର ପେଶନିଆ, ଚନ୍ଦ୍ରଧ୍ବଜ ପେଶନିଆ, ଶ୍ରୀମୁଖ ଅଗସ୍ତି, ମନୋହର ହରପାଲ,  ସମାଜସେବୀ ହରିଶଙ୍କର ପାତ୍ର ସମେତ ପ୍ରହରୀ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଲାଞ୍ଜିଗଡ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories