www.samajalive.in
Saturday, December 13, 2025
18.1 C
Bhubaneswar

ନୈତିକତା ଭିତ୍ତିକ ଶିଶୁ ଚଳଚ୍ଚିତ୍ର ଦେଖିବା ଏବଂ ଚଳଚ୍ଚିତ୍ରର ବାର୍ତ୍ତାକୁ ଭବିଷ୍ୟତରେ କାର୍ଯ୍ୟରେ ଲଗାଇବାକୁ ପରାମର୍ଶ

ଭବାନୀପାଟଣା: ସ୍ଥାନୀୟ ବିକାଶ ୱିଜଡମ୍ ପାର୍କରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆଜି ଏକାଦଶ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ ହୋଇଛି। ଭାରତରେ ଅବସ୍ଥାପିତ ୪ଟି ଦେଶର ଦୂତାବାସର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସଦର ଏସଡିପିଓ ଆଜିଙ୍କ୍ୟା ମାନେ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ। ବିଦେଶୀ ଅତିଥିଙ୍କ ସମେତ ସମସ୍ତ ଅତିଥିମାନଙ୍କୁ ନଡ଼ିଆ ଏବଂ ପୁଷ୍ପମାଲ୍ୟ ଦେଇ ପାରମ୍ପରିକ ଶୈଳୀରେ ସ୍ଵାଗତ କରାଯାଇଥିଲା। ପରେ ବିକାଶ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଥାନୀୟ ତଥା  ଦେଶର ବିଭିନ୍ନ ପ୍ରାନ୍ତର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଉଦଘାଟନୀ ସଭାରେ ଉଦବୋଧନ ଦେଇ ନୈତିକତା ଭିତ୍ତିକ ଶିଶୁ ଚଳଚ୍ଚିତ୍ର ଦେଖିବା ଏବଂ ଚଳଚ୍ଚିତ୍ରର ବାର୍ତ୍ତାକୁ ଭବିଷ୍ୟତରେ କାର୍ଯ୍ୟରେ ଲଗାଇବାକୁ ଅତିଥିମାନେ ପିଲାଙ୍କୁ ପରାମର୍ଶ ଦେଇଥିଲେ।
ତିନିଦିନ ବ୍ୟାପି ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ଦିନରେ ଆଜି ବୟସ ଅନୁପାତରେ ୧୦ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ତିନୋଟି ଅଡିଟରିୟମରେ ୯ ଟି ଇଂରାଜୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଏଥି ସହିତ ସନ୍ଧ୍ୟାରେ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।
ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ ଅବସରରେ ସିଫସିର ଉତ୍ସବ ନିର୍ଦ୍ଦେଶକ ତଥା ଖ୍ୟାତନାମା ଶିଶୁ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର, ଭାରତରେ ଅବସ୍ଥାପିତ ଜର୍ଜିଆ ଦୂତାବାସର ସିନିୟର କାଉନସିଲର ଆନା ଡୋବୋର ଜଗନିଡଜେ, ଲିଥୁଆନିଆ ଦୂତାବାସର ପ୍ରଥମ ସଚିବ ରସା ଓଜିୟୁନାଏଟ୍, ୟୁକ୍ରେନ ଦୂତାବାସର ଭୋଲୋଡିମିର ପ୍ରିଟୁଲା ଏବଂ ମିସ୍ ଲିସିଆ, ପରପଲ୍ ପିପୁଲ ଲେବ୍ସର ପ୍ରତିଷ୍ଠାତା ଶ୍ୱେତା ପାରଖ, ସିଫସିର କର୍ମକର୍ତ୍ତା ଆର୍ୟମାନ ପାଢୀ ଏବଂ ନିଲେଶ ପାଣ୍ଡେ, ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଡି. ନାଗେଶ୍ୱର ରାଓ, ଡି.ଶ୍ୟାମ ଏବଂ ରାମ କୁମାର, ଏକାଡେମିକ୍ ଇନଚାର୍ଜ ଶ୍ରୀମତୀ ବିଜୟା ଏବଂ ପରିଚାଳନା ସଦସ୍ୟା ଡି. ପଦ୍ମିନୀ ପ୍ରମୁଖ ଯୋଗ ଦେଇଥିଲେ।
ଆସନ୍ତାକାଲି ଉତ୍ସବର ଦ୍ଵିତୀୟ ଦିନରେ ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ଚଳଚ୍ଚିତ୍ର କର୍ମଶାଳା ଆୟୋଜିତ ହେବ। ଚଳଚ୍ଚିତ୍ରର ବିଭିନ୍ନ ଦିଗ ଉପରେ ପିଲାଙ୍କୁ ତାଲିମ ଦିଆଯିବା ସାଙ୍ଗକୁ ସେମାନଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ କର୍ମଶାଳାରେ ପ୍ରୋତ୍ସାହିତ କରାଯିବ। ଏହି କର୍ମଶାଳାରେ ପଶ୍ଚିମବଙ୍ଗ, ଭୁବନେଶ୍ୱର ବିଶେଷଜ୍ଞ ଏବଂ ନାମୀ ଶିଶୁ ଚଳଚ୍ଚିତ୍ର ନିର୍ମାତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories