www.samajalive.in
Wednesday, December 10, 2025
16.1 C
Bhubaneswar

ରାଷ୍ଟ୍ରପତିଙ୍କ ନିକଟରେ ରାଫେଲ ସମ୍ପର୍କିତ ସିଏଜି ରିପୋର୍ଟ ଦାଖଲ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ରାଜିନାମାରେ ଅନିୟମିତତା ନେଇ କଂଗ୍ରେସର ଅଭିଯୋଗ ମଧ୍ୟରେ ମହାଲେଖା ନିୟନ୍ତ୍ରକ ଅବା କମ୍ପ୍ରଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ସୋମବାର ନିଜ ରିପୋର୍ଟ ରାଷ୍ଟ୍ରପତିଙ୍କୁ ଦେଇଛନ୍ତି। ରିପୋର୍ଟର ଆଉ ଏକ ନକଲ ଅର୍ଥ ମନ୍ତ୍ରାଳୟ ନିକଟକୁ ପଠାଇ ଦିଆଯାଇଛି। ରିପୋର୍ଟକୁ ସଂସଦରେ ଆସନ୍ତା କାଲି ଉପସ୍ଥାପନ କରାଯିବ ବୋଲି ଆଶା କରାଯାଉଛି।
କଂଗ୍ରେସ ସମେତ କେତେକ ବିରୋଧୀ ଦଳ ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଛନ୍ତି। ତେବେ ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ ପ୍ରସ୍ତୁତ କ୍ୟାଗ ରିପୋର୍ଟର ସଂସଦରେ ଉପସ୍ଥାପନକୁ ସମେସ୍ତ ଅପେକ୍ଷା କରି ରହିଛନ୍ତି। ସିଏଜି ରାଫେଲ ରାଜିନାମାକୁ ନେଇ ୧୨ଟି ଅଧ୍ୟାୟ ବିଶିଷ୍ଟ ଏକ ଦୀର୍ଘ ରିପୋର୍ଟ ପ୍ରସ୍ତୁତ କରିଛି। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରାଳୟ ରାଫେଲ ନେଇ ବିସ୍ତୃତ ଉତ୍ତର ସମ୍ବଳିତ ରିପୋର୍ଟ ସିଏଜିକୁ ଦେଇଥିଲେ। ଏଥିରେ କିଣିବା ରାଜିନାମା ପ୍ରକ୍ରିୟାର ସମ୍ପୂର୍ଣ୍ଣ ବିବରଣୀ ଏବଂ ୩୬ ରାଫେଲର ମୂଲ୍ୟ ମଧ୍ୟ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ  ଫ୍ରାନ୍ସ ଠାରୁ ୩୬ଟି ଯୁଦ୍ଧ ବିମାନ କ୍ରୟ ଲାଗି ୨୦୧୬ ସେପ୍ଟେମ୍ବର ୨୩ରେ ଆନ୍ତଃ ସରକାରୀ ବୁଝାମଣା ହୋଇଥିଲା।

ପ୍ରକାଶ ଯେ ଫ୍ରାନ୍ସ ସରକାରଙ୍କ ସହିତ ଭାରତ ସରକାରଙ୍କର ୫୯ହଜାର କୋଟି ଟଙ୍କାର କୁହାଯାଉଥିବା ଏହି ବୁଝାମଣାକୁ ନେଇ ବିବାଦ ଲାଗି ରହିଛି। ତେଣୁ ସିଏଜିଙ୍କ ରିପୋର୍ଟକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ବିଧି ବ୍ୟବସ୍ଥା ଅନୁଯାୟୀ ସିଏଜି ରିପୋର୍ଟର ଏକ ନକଲ ରାଷ୍ଟ୍ରପତି ଓ ଗୋଟିଏ ନକଲ ଅର୍ଥ ମନ୍ତ୍ରଣାଳୟକୁ ଦିଆଯାଇଛି। ରିପୋର୍ଟକୁ ସଂସଦରେ କେବେ ଉପସ୍ଥାପନ କରାଯିବ ତାର ଦିନ ଧାର୍ଯ୍ୟ ହୋଇନାହିଁ। ତେବେ ଆସନ୍ତା କାଲି ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯିବ ବୋଲି ଆଶା କରାଯାଉଛି। ରିପୋର୍ଟ ସଂସଦରେ ଉପସ୍ଥାପନ ହେବା ପରେ ଏହାକୁ ପବ୍ଲିକ ଆକାଉଣ୍ଟସ୍ କମିଟି (ପିଏସି)ଙ୍କ ନିକଟକୁ ପଠାଯିବ। ପିଏସି ଏହା ଉପରେ ତର୍ଜମା କରିବେ । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏବେ ପିଏସିର ଅଧ୍ୟକ୍ଷ ଅଛନ୍ତି। ରାଫେଲ ବୁଝାମଣା ଉପରେ ଅନୁଧ୍ୟାନ ପୂର୍ବକ ରିପୋର୍ଟ ପ୍ରସ୍ତୁତ ଲାଗି ସିଏଜି ଏକବର୍ଷ ସମୟ ନେଇଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories