www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ବଲପୁରରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡଙ୍ଗୀଙ୍କୁ ଗୁଳିମାଡ

ସମ୍ବଲପୁର: ସମ୍ବଲପୁରରେ ପୁଣି ଏନକାଉଣ୍ଟର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରଙ୍ଗିଆଟିକ୍ରାରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡଙ୍ଗୀଙ୍କୁ ଗୁଳିମାଡ ହୋଇଛି। ଭୋର ପ୍ରାୟ ୫ଟା ୧୫ରେ ରଙ୍ଗିଆଟିକ୍ରା ଗୋବିନ୍ଦପୁରରେ  ପୁଲିସ୍ ଓ ଅପରାଧୀ ମୁହାଁମୁହିଁ ହୋଇଥିଲେ। ପୁଲିସ୍ କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ସୀତାରାମ। ଏହାର ପାଲଟା ଯବାବରେ ପୁଲିସ୍ ମଧ୍ୟ ଗୁଳି ଚାଳନା କରିଥିଲା। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡଙ୍ଗୀ ଗୁରୁତର ଆହତ ହୋଇଛି। ତାର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଗୋଟି ଦେଶୀ ପିସ୍ତଲ, ଗୁଳି, ବାଇକ ଓ ୧ ଲକ୍ଷ ଟଙ୍କା ଜବତ ହୋଇଛି । ସୀତାରାମ ନାଁରେ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୫ରୁ ଅଧିକ ଅପରାଧିକ ମାମଲା ରହିଥିବା ସମ୍ବଲପୁର ଅତିରିକ୍ତ ଏସପି ଶଶାଙ୍କ ଶେଖର ବେଉରା ସୂଚନା ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories