www.samajalive.in
Saturday, December 13, 2025
26.1 C
Bhubaneswar

ବିଚାରଧୀନ କଏଦୀଙ୍କୁ ନିର୍ଯାତନା, ତଦନ୍ତ ପାଇଁ ମାନବାଧିକାର ଆଯୁକ୍ତଙ୍କ ନିର୍ଦ୍ଦେଶ

ବାଣପୁର : ବାଣପୁର ଉପ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କୁ କାରାଗାରରେ ନିର୍ଯାତନା ସହ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି। ଆସନ୍ତା ମଇ ମାସ ୧ ତାରିଖରେ ଘଟଣାର ତଦନ୍ତ ରିର୍ପୋଟ ଦାଖଲ କରିବା ସହ କାରାଗାରର ସିସିଟିଭି ଫୁଟେଜ ସଂରକ୍ଷିତ କରି ରଖିବା ପାଇଁ କାରାଗାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟ କାରାଗାର ମହାନିର୍ଦ୍ଦେଶକ ଏବଂ ସଂଶୋଧନ ସେବା ନିର୍ଦ୍ଦେଶକ (ଡି.ଜି. ଅଫ ପ୍ରିଜନ ଏଣ୍ଡ ଡିସିଏସ)ଙ୍କୁ ରାଜ୍ୟ ମାନବାଧିକାର ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

- Advertisement -

ଅଭିଯୋଗରୁ ଜଣାଯାଇଛି ଯେ ବାଣପୁର ଉପକାରାଗାରରେ ବିଚାରଧୀନ ବନ୍ଦୀ ଭାସ୍କର ବେହେରାଙ୍କୁ ଗତ ମାର୍ଚ୍ଚ ୧୬ ତାରିଖରେ କାରାଗାରର ଜେଲର କାହ୍ନୁ ଚରଣ ମଲ୍ଲଙ୍କ ସହ କାରାରକ୍ଷୀ ଜୟ ପ୍ରକାଶ ପ୍ରଧାନ, ଜୟକୃଷ୍ଣ ସାହୁ ବିଭିନ୍ନ ନିର୍ଯାତନା ଦେବା ସହ ମାଡ ମାରିବାରୁ ଭାସ୍କର ଗୁରୁତର ହୋଇପଡିଥିଲେ। ଏନେଇ କଟକର ମାନବାଧିକାର କର୍ମୀ ଡା. ସୁନିଲ କୁମାର ରଥ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଇଣ୍ଟରନେଟ ମାଧ୍ୟମରେ ଡା. ରଥ ରାଜ୍ୟ ମାନବାଧିକାର ଆୟୁକ୍ତରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରାଯିବା ସହ ତଦନ୍ତ ଯାଏଁ ସଂପୃକ୍ତ ଦିନର କାରାଗାରର ସିସିଟିଭି ଫୁଟେଜ ସଂରକ୍ଷିତ କରାଯିବା ପାଇଁ ଡା. ରଥ ଆୟୁକ୍ତଙ୍କୁ ଆବେଦନ କରିଥିଲେ। ଅଭିଯୋଗର ତଦନ୍ତ କରି ଆସନ୍ତା ମଇ ୧ତାରିଖରେ ଆୟୁକ୍ତଙ୍କୁ ରିର୍ପୋଟ ପ୍ରଦାନ କରିବା ସହ ସଂପୃକ୍ତ ମାର୍ଚ୍ଚ ୧୬ ତାରିଖ ଘଟଣା ଦିନର ସିସିଟିଭି ଫୁଟେଜ ଉପସ୍ଥାପନ ପାଇଁ ମାନବାଧିକାର ଆୟୁକ୍ତର ଅଧ୍ୟକ୍ଷ ରାଜ୍ୟ କାରାଗାର ମହାନିର୍ଦ୍ଦେଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବାଣପୁର ଉପକାରାଗାର ଭାରପ୍ରାପ୍ତ ଜେଲର କାହ୍ନୁ ଚରଣ ମଲ୍ଲଙ୍କୁ ଯୋଗାଯୋଗ କରିବାରେ ସେ କୌଣସି ପ୍ରତକ୍ରିୟା ଦେଇନଥିଲେ।
ସମ୍ପୃକ୍ତ ବନ୍ଦୀ ଭାସ୍କର ବେହେରାର ଘର ପୁରୀ ଜିଲ୍ଲା ହୋଇଥିବା ବେଳେ ସେ ଚୋରୀ ମାମଲାରେ ଗତ ମାର୍ଚ୍ଚ ୧ ତାରିଖରେ ବାଣପୁର କାରାଗାରକୁ ଯାଇଥିବା ବେଳେ ମାର୍ଚ୍ଚ ୨୮ ତାରିଖରେ ଜାମିନ ମିଳିଥିବା ସୂଚନା ମିଳିଛି।

ବ୍ୟକ୍ତିଙ୍କୁ ରାତାରାତି କୋଟିପତି କଲା ଅଳିଆରେ ପଡିଥିବା ପାସ୍‌ବୁକ୍‌

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories