www.samajalive.in
Saturday, December 13, 2025
26.1 C
Bhubaneswar

୧୮ ଦିନିଆ ଏନ୍‌ଆଇଏ ହାଜତରେ ରାଣା

ନୂଆଦିଲ୍ଲୀ : ଭାରତ ପ୍ରତ୍ୟର୍ପିତ ହୋଇଥିବା ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତାହାୱର ହୁସେନ ରାଣାକୁ ୧୮ଦିନ ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ହାଜତକୁ ପଠାଇ ଦିଆଯାଇଛି। ରାଣାକୁ ଏବେ ନୂଆଦିଲ୍ଲୀସ୍ଥିତ ଏନ୍‌ଆଇଏର ମୁଖ୍ୟ କାର୍ଯ୍ୟାଳୟ​‌େ​‌ର ରଖାଯାଇଛି। ଏଥିପାଇଁ ଏନ୍‌ଆଇଏ କାର୍ଯ୍ୟାଳୟ ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନ୍‌ଆଇଏ ତଦନ୍ତକାରୀ ଅଧିକାରୀମାନେ ରାଣାକୁ ଏଠାରେ ଜେରା କରିବେ। ଜେରା ସମୟରେ ଏହି ଷଡଯନ୍ତ୍ରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଥିଲେ ତା’ର ସବିଶେଷ ତଥ୍ୟ ସଂଗ୍ରହ କରାଯିବ।
ଗୁରୁବାର ସନ୍ଧ୍ୟାରେ ରାଣାକୁ ସ୍ବତନ୍ତ୍ର ବିମାନ ଯୋଗ ଭାରତ ଅଣାଯାଇଥିଲା। ଭାରତରେ ପହଞ୍ଚିବା ପରେ ଏନଆଇଏ ତାକୁ ଗିରଫ କରିଥିଲା। ଗିରଫ ପରେ ତା’ର ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା ପରେ ମଧ୍ୟରାତ୍ରରେ ତାକୁ ପଟିଆଲା ହାଉସସ୍ଥିତ ଏନଆଇଏର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଏନଆଇଏ ରାଣାକୁ ଅଧିକ ଦିନ ପାଇଁ ନିଜ ହେପାଜତକୁ ନେବା ଲାଗି ଅଦାଲତଙ୍କୁ ନିବେଦନ କରିଥିଲା। ମାତ୍ର ସ୍ବତନ୍ତ୍ର ଅଦାଲତ ବିଚାରପତି ଚନ୍ଦରଜିତ୍‌ ସିଂହ ୧୮ଦିନ ପାଇଁ ରାଣାକୁ ଏନଆଇଏ ହେପାଜତକୁ ପଠାଇଥିଲେ। ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ପ୍ରତି ୨୪ ଘଣ୍ଟାରେ ରାଣାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେହିପରି ଦିନେ ଛାଡି ଦିନେ ସେ ତା’ର ଓକିଲକୁ ସାକ୍ଷାତ କରିବେ। ରାଣା ତା’ର ଓକିଲକୁ ସାକ୍ଷାତ୍ କରିବା ସମୟରେ ଏନଆଇଏର ଅଧିକାରୀମାନେ ଉପସ୍ଥିତ ରହିବେ। ସେହିପରି ଏନଆଇଏ ହେପାଜତରେ ଥିବା ସମୟରେ ସେ ଗୋଟିଏ କଲମ୍ (ପେନ୍‌) ବ୍ୟବହାର କରିପାରିବ। ରାଣାକୁ ନ୍ୟାୟିକ ସହଯୋଗ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ବରିଷ୍ଠ ଓକିଲ ନରେନ୍ଦର ମାନ୍‌ଙ୍କୁ ନିଯୁକ୍ତି ଦେଇଛନ୍ତି। ଗୁରୁବାର ରାତିରେ ରାଣାକୁ ଅଦାଲତରେ ହାଜର କରାଯିବା ସମୟରେ ଏନଆଇଏ ତାକୁ ଅଧିକ ଦିନ ହେପାଜତକୁ ନେବା ଲାଗି ଦାବି କରିଥିଲା। କାରଣ ଏହା ୧୭ ବର୍ଷ ତଳର ଏହି ଘଟଣାର ଷଡଯନ୍ତ୍ର ସବିଶେଷ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକ ରହିଛି। ଏହା ସହିତ ଯେଉଁ ସବୁ ସ୍ଥାନକୁ ସେ ଆକ୍ରମଣ ପୂର୍ବରୁ ଗସ୍ତ କରିଥିଲା ସେଠାକୁ ତାକୁ ପୁନର୍ବାର ନେବାର ଯୋଜନା ରହିଛି। ହାଜତ ମିଆଦ ସମ୍ପର୍କିତ ଶୁଣାଣି ବେଳେ ଏନଆଇଏ ବିଚାରପତିଙ୍କୁ କହିଥିଲ ଯେ ରାଣା ୨୬/୧୧ ଆକ୍ରମଣ ଭଳି ଅନୁରୂପ ଆକ୍ରମଣ ଭାରତର ଅନ୍ୟ ସହରରେ ଘଟାଇବାକୁ ଯୋଜନା କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories