ସମାଜ ଡିଜିଟାଲ ଡେସ୍କ: ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ତାହାଓ୍ବର ରାଣାକୁ ୧୮ ବର୍ଷ ପରେ ଭାରତ ପ୍ରତ୍ୟର୍ପିତ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଶୁକ୍ରବାର ରାଣାକୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଛି। ଆଜି ଜେରାର ପ୍ରଥମ ଦିନ ଥିଲା। ତେବେ ଜେରାରୁ ରାଣାଠାରୁ ଏନଆଇଏକୁ ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ।
ଏନଆଇଏ ସୂଚନା ଅନୁସାରେ, ରାଣାକୁ ଏନଆଇଏ ଅଧିକାରୀମାନେ ଯେଉଁସବୁ ପ୍ରଶ୍ନ କରିଥିଲେ ସେଥିରୁ ଅଧିକାଂଶ ପ୍ରଶ୍ନର ଉତ୍ତର ଥିଲା ଜାଣି ନାହିଁ, ମନେ ନାହିଁ। ଏଭଳି କହି ରାଣା ଏନଆଇଏ ଅଧିକାରୀଙ୍କ ପ୍ରଶ୍ନକୁ ଅଣଦେଖା କରିଥିଲା। ଅଧିକାରୀମାନେ ତାକୁ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କ ବିଷୟରେ ପଚରାଯାଇଥିଲା। କିନ୍ତୁ ସେ ବାରମ୍ବାର ଦେହ ଅସୁସ୍ଥ ଥିବା ଦର୍ଶାଇ ଜେରାରୁ ବର୍ତ୍ତିବାକୁ ଉଦ୍ୟମ କରିଥିଲା।



