www.samajalive.in
Sunday, December 7, 2025
26.1 C
Bhubaneswar

ଶାନ୍‌ଙ୍କ ଚାଞ୍ଚଲ୍ୟକର ବୟାନ: ରିଆଲିଟି ଶୋ’ରେ ଲାଇଭ୍‌ ଗୀତ ଗାଆନ୍ତିନି ପ୍ରତିଯୋଗୀ, ହୁଏ ଏଡିଟ୍‌

ମୁମ୍ବଇ: ଶାନ୍ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଅନ୍ୟତମ। ସେ ‘ଦି ଭଏସ୍‌ ଇଣ୍ଡିଆ’ ଓ ‘ସାରେଗାମାପା ଲିଟିଲ୍‌ ଚାମ୍ପ୍ସ’ ସମେତ ଅନେକ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’ରେ ବିଚାରକ ଦାୟିତ୍ଵ ତୁଲାଇଛନ୍ତି। ନିକଟରେ ଏକ ପୋଡକାଷ୍ଟରେ ସେ ରିଆଲିଟି ଶୋ’ ବିଷୟରେ ସେ ଖୁଲ୍ଲମଖୁଲ୍ଲା ଆଲୋଚନା କରିଛନ୍ତି। କିଭଳି ପ୍ରତିଯୋଗୀମାନଙ୍କ ପ୍ରଦର୍ଶନକୁ ବଢେଇ ଚଢେଇ, ସୁଧାରି ଏହାକୁ ଏଡିଟ୍‌ କରାଯାଏ ସେନେଇ ସେ ଅନେକ ରହସ୍ୟ ଉନ୍ମୋଚନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ‘ବାସ୍ତବତା ଏବଂ ସତ୍ୟ’କୁ କିପରି ପରିବର୍ତ୍ତନ କରାଯାଏ ତାହା ଅନୁଭବ କରିବା ପରେ ସେ ଏପରି ଶୋ’ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଲେ।

ପୋଡ୍‌କାଷ୍ଟରେ ଶାନ୍ କହିଛନ୍ତି ଯେ, ୨୦୧୮ ପରେ ରିଆଲିଟି ଶୋ’ ନିର୍ମାଣ ପ୍ରକ୍ରିୟା କେମିତି ବଦଳିଯାଇଛି। କେବଳ ସଙ୍ଗୀତ ଭିତ୍ତିକ ଶୋ’ ବିଷୟରେ ଆଲୋଚନା କରି ଗାୟକ ଶାନ୍ କହିଛନ୍ତି ଯେ, ପ୍ରତିଯୋଗୀମାନେ ଷ୍ଟେଜରେ କେବଳ ଥରେ ଲାଇଭ୍ ଗୀତ ଗାଇଥା’ନ୍ତି କିନ୍ତୁ ପରେ ସେମାନଙ୍କ ଗୀତକୁ ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ଡବିଂ କରାଯାଏ। ସେ କହିଛନ୍ତି, ସେମାନେ ସେଠାରେ ଯାହା ଗାଆନ୍ତି, ତାହା କେବଳ ଥରେ କରାଯାଏ କିନ୍ତୁ ତା’ପରେ ସେମାନେ ସେହି ଅଡିଓକୁ ଷ୍ଟୁଡିଓକୁ ନେଇଯାଆନ୍ତି ଏବଂ ପୁଣି ଥରେ ଗାଇବାକୁ କୁହନ୍ତି। ଏହା ଗତ କିଛି ବର୍ଷ ଧରି ଚାଲିଆସୁଛି। ତା’ପରେ ଏହାକୁ ଠିକ୍‌ ତଥା ସଂଶୋଧନ କରାଯାଏ। ସେ କହିଛନ୍ତି ଯେ, ପ୍ରାୟ ସମସ୍ତ ଶେଷ ପ୍ରଦର୍ଶନ ପର୍ଯ୍ୟନ୍ତ ପିଚ୍ ସଠିକ୍‌ ଥାଏ, ଯାହାକି ସମ୍ଭବ ନୁହେଁ।

- Advertisement -

ସେ ଏହା ମଧ୍ୟ କହିଛନ୍ତି ଯେ, ଏପରି ରିଆଲିଟି ଶୋ’ର ବିଚାରକମାନେ ମଧ୍ୟ ଏପିସୋଡର ଶେଷ ଏଡିଟ୍‌କୁ ଧ୍ୟାନରେ ରଖି ସେମାନଙ୍କର ପ୍ରତିକ୍ରିୟା ଦିଅନ୍ତି। ଶାନ୍‌ ଯୁକ୍ତି ବାଢିଥିଲେ ଯେ, ପୂର୍ବରୁ ଯେତେବେଳେ ବିଷୟବସ୍ତୁକୁ ‘ବାସ୍ତବ’ ରଖାଯାଉଥିଲା, ସେତେବେଳେ ଏପରି ଶୋ’ର ଟିଆରପି ବହୁତ ଭଲ ଥିଲା। ସେ ଆହୁରି କହିଛନ୍ତି ଯେ, ପ୍ରାରମ୍ଭରେ ଯେତେବେଳେ ଏହି ଜିନିଷଗୁଡ଼ିକ ମୋ ଉପରେ ଜୋର ଜବରଦସ୍ତ ଲଦି ଦିଆଯାଉଥିଲା, ସେତେବେଳେ ମୋର କିଛି ସମସ୍ୟା ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଶାନ୍ ଗତ କିଛି ବର୍ଷ ହେବ ରିଆଲିଟି ଶୋ’ କରୁନାହାନ୍ତି।

‘ଇଣ୍ଡିଆନ ଆଇଡଲ ୧୫’ରୁ ଭାଇରାଲ ହୋଇଥିଲା ହେମା ମାଳିନୀଙ୍କ ଫଟୋ-

କିଛି ଦିନ ପୂର୍ବେ ‘ଇଣ୍ଡିଆନ୍ ଆଇଡଲ୍ ୧୫’ ସେଟ୍‌ରୁ ଏକ ଫଟୋ ଭାଇରାଲ ହୋଇଥିଲା। ଏଥିରେ ବରିଷ୍ଠ ଅଭିନେତ୍ରୀ ହେମା ମାଳିନୀ ଶୋ’ର ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ଧରିଥିବା ଦେଖିବାକୁ ମିଳିଥିଲା। ଇଣ୍ଟରନେଟରେ ଲୋମେ ଦେଖିଥିଲେ ଯେ, ଶୋ’ରେ ଅଭିନେତ୍ରୀଙ୍କ ଦ୍ୱାରା କୁହାଯାଇଥିବା ସଂଳାପଗୁଡ଼ିକ ସ୍କ୍ରିପ୍ଟର ଏକ ଅଂଶ ଥିଲା। ଫଟୋଟି ଭାଇରାଲ ହୋଇଥିଲା, ଯାହାପରେ ଅନେକ ଲୋକ ‘ରିଆଲିଟି ଶୋ’ର ସତ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଶୋ’ର ନିର୍ମାତାମାନେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories