www.samajalive.in
Sunday, December 14, 2025
26.1 C
Bhubaneswar

ନାବାଳିକାକୁ ଯୌନ ନିର୍ଯାତନା, ମଦ୍ରାସା ଶିକ୍ଷକଙ୍କୁ ୧୮୭ ବର୍ଷ ଜେଲ୍‌

କନ୍ନୁର: ଜଣେ ନାବାଳିକାକୁ ଦୁଇବର୍ଷ ଧରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ତଲିପରମ୍ବାର ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ର ଅଦାଲତ ଜଣେ ମଦ୍ରାସା ଶିକ୍ଷକଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରି ୧୮୭ ବର୍ଷ ଜେଲ୍‌ରେ ରଖିବାକୁ ରାୟ ଶୁଣାଇଛନ୍ତି। ଏଥିସହ ଦୋଷୀ ଶିକ୍ଷକଙ୍କ ଉପରେ ୯ ଲକ୍ଷ ୧୦ ହଜାର ଜୋରିମାନା ଲଗାଇଛନ୍ତି ଅଦାଲତ।
ମହମ୍ମଦ ରଫି ନାମକ ଏକ ମଦ୍ରାସା ଶିକ୍ଷକ ୨୦୨୦ ମାର୍ଚ୍ଚରେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯାତନା ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ନାବାଳିକାକୁ ଭୟଭୀତ କରାଇ କ୍ରମାଗତ ଭାବେ ଯୌନ ନିର୍ଯାତନା ଦେଇ ଆସୁଥିଲେ। ନାବାଳିକାର ବ୍ୟବହାରରେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯିବାରୁ ଦୁଇବର୍ଷ ପରେ ତାଙ୍କ ପରିବାରବର୍ଗ ଏ ନେଇ ପଚରାଉଚରା କରିଥିଲେ। ତେବେ ଭୟରେ ନାବାଳିକା ଜଣକ କିିଛି କହିନଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ କାଉନ୍‌ସିଲିଂ କରାଯିବା ପରେ ମଦ୍ରାସା ଶିକ୍ଷକ କ୍ରମାଗତ ଭାବେ ଯୌନ ନିର୍ଯାତନା ଦେଇ ଆସୁଥିବା ଜଣାପଡ଼ିଥିଲା। ଏହାକୁ ନେଇ ନାବାଳିକାଙ୍କ ପରିବାର ତରଫରୁ ପୟାଙ୍ଗଡ଼ି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ମଦ୍ରାସା ଶିକ୍ଷକଙ୍କୁ ଗିରଫ କରିଥିଲା। ଶିକ୍ଷକଙ୍କ ଉପରେ ପକ୍‌ସୋ ଓ ଅନ୍ୟାନ୍ୟ ଆଇନର ଦଫା ଲାଗିଥିଲା। ମାମଲାର ବିଚାର କରି ସ୍ବତନ୍ତ୍ର ଅଦାଲତ ମଦ୍ରାସା ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories