www.samajalive.in
Monday, December 8, 2025
13.1 C
Bhubaneswar

ଫ୍ରାନ୍ସ ଠାରୁ ୨୬ଟି ରାଫେଲ-ମାରାଇନ ଜେଟ୍ କିଣିବ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ଭାରତ ୨୬ଟି ରାଫେଲ-ମାରାଇନ୍ ଯୁଦ୍ଧବିମାନ କିଣିବ। ଏଥିପାଇଁ ପ୍ରାୟ ୬୪,୦୦୦ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଯୁଦ୍ଧବିମାନ କ୍ରୟ ସମ୍ପର୍କିତ ନିଷ୍ପତ୍ତିକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ​‌ସୁରକ୍ଷା କ୍ୟାବିଟେନ୍ କମିଟି (ସିସିଏସ୍‌) ଅନୁମୋଦନ କରିଛନ୍ତି। ଏହି ରାଫେଲ ମାରାଇନ ଯୁଦ୍ଧବିମାନକୁ ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରାନ୍ତରେ ମୁତୟନ କରାଯିବ। ଫ୍ରାନ୍ସ ଠାରୁ କିଣାଯିବାକୁ ଥିବା ରାଫେଲ ମାରାଇନ ଯୁଦ୍ଧବିମାନ ମଧ୍ୟରୁ ୨୨ଟି ଏକ ଆସନ ବିଶିଷ୍ଟ ଓ ୪ଟି ଦୁଇ ଆସନ ବିଶିଷ୍ଟ। ଦୁଇ ଆସନ ବିଶିଷ୍ଟ ଯୁଦ୍ଧବିମାନକୁ ପ୍ରଶିକ୍ଷଣ ଲାଗି ବ୍ୟବହାର କରାଯିବ। ଏହି ଯୁଦ୍ଧିବିମାନ କ୍ରୟ ଲାଗି ଆଗାମୀ ଦିନରେ ଫ୍ରାନ୍ସ ସହିତ ଭାରତ ସରକାର ବୁଝାମଣା ସ୍ବାକ୍ଷର କରିବେ। ବୁଝାମଣା ସ୍ବାକ୍ଷର ପରେ ୨୦୩୦-୩୧ ସୁଦ୍ଧା ଫ୍ରାନ୍ସ ଏହିସବୁ ଯୁଦ୍ଧବିମାନ ଯୋଗାଇ ଦେବ। ଯୁଦ୍ଧବିମାନ ଯୋଗାଣ ପରେ ଫ୍ରାନ୍ସ ୫ବର୍ଷ ପାଇଁ ମରାମତି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଯୋଗାଇ ଦେବ। ଏହି ବୁଝାମଣାରେ ଭାରତ ଏହାର ବାୟୁସେନା ପାଇଁ କ୍ରୟ କରିଥିବା ୩୬ଟି ରାଫେଲ ଯୁଦ୍ଧବିମାନକୁ ଅପଗ୍ରେଡ କରିବ। ୨୦୧୬ରେ ଭାରତ ୫୯,୦୦୦ କୋଟି ଟଙ୍କା ବ୍ୟୟରେ ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧବିମାନ କ୍ରୟ କରିଥିଲା।
ଭାରତ ନୌସେନା ପାଖରେ ଏବେ ୪୦ଟି ମିଗ୍-୨୯କେ ଯୁଦ୍ଧବିମାନ ରହିଛି। ଏହି ଯୁଦ୍ଧବିମାନକୁ ଆଇଏନଏସ୍‌ ବିକ୍ରମାଦିତ୍ୟ ଓ ଆଇଏନଏସ୍ ବିକ୍ରାନ୍ତରେ ମୁତୟନ କରାଯାଇଛି। ୨୦୦୯ରେ ମିଗ୍-୨୯କେ ଯୁଦ୍ଧବିମାନକୁ ରୁଷ୍ ଠାରୁ କ୍ରୟ କରାଯାଇଥିଲା। ​‌ତେବେ ଏହି ଯୁଦ୍ଧବିମାନଗୁଡିକ ପୁରୁଣା ହୋଇଗଲାଣି। ତେଣୁ ଏହି ଯୁଦ୍ଧବିମାନ ସ୍ଥାନରେ ରାଫେଲକୁ ସାମିଲ କରାଯିବ।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories