ପିପିଲି: ଅଗ୍ରଣୀ ନାଗରିକ ସଂଗଠନ ପିପିଲି ସାଂସ୍କୃତିକ ପରିଷଦର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଏହି ଅବସରରେ ପିପିଲି ନିକଟ ଜଇସପାଟଣା ବଜାର ସ୍ଥିତ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ଉପଦେଷ୍ଠା ତଥା ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ପରିଷଦର ସାଧାରଣ ପରିଷଦ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ପରିଷଦର ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର ବାର୍ଷିକ ଆୟ ବ୍ୟୟର ହିସାବ ରଖିବା ସହ ପରିଷଦର ଆଗାମୀ ଲକ୍ଷ୍ୟ ଓ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ପରିଷଦ ପକ୍ଷରୁ ପ୍ରକାଶିତ ‘ଇତିହାସ ପୃଷ୍ଠାରେ ପିପିଲି’ ପୁସ୍ତକକୁ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ୱଳ୍ପମୂଲ୍ୟରେ ପହଞ୍ଚାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଉପଦେଷ୍ଠା ଶ୍ରୀମହାନ୍ତି ପରାମର୍ଶ ଦେଇଥିଲେ।
ଏହି ଅବସରରେ ଆଗାମୀ ୩ବର୍ଷ ପାଇଁ ପରିଷଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ମୁଖ୍ୟ ଉପଦେଷ୍ଠା ଭାବେ ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ସଭାପତି ଭାବେ ଇଂ. ଜିତେନ୍ଦ୍ରିୟ ପଟ୍ଟନାୟକ, ଉପସଭାପତି ଭାବେ ଯୁବ ସମାଜସେବୀ ଦୀନବନ୍ଧୁ ବେହୁରା, ସାଧାରଣ ସଂପାଦକ ଭାବେ ରମେଶ ଚନ୍ଦ୍ର ମହାପାତ୍ରଙ୍କୁ ମନୋନିତ କରାଯାଇଥିଲା। ସେହିପରି ଯୁଗ୍ମ ସଂପାଦକ ଭାବେ ଶିକ୍ଷାବିତ୍ ହେମନ୍ତ କୁମାର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଓ ସହସଂପାଦକ ଭାବେ ଲକ୍ଷ୍ମୀପ୍ରିୟା ଜେନା, ପ୍ରିୟଦର୍ଶିନୀ ପଟ୍ଟନାୟକ, ଜଗଦିଶ ସାହୁ, ସଞ୍ଜୟ ମହାନ୍ତି, କୋଷାଧ୍ୟକ୍ଷ ଭାବେ ବରିଷ୍ଠ ସମାଜସେବୀ ବିଷ୍ଣୁ ପ୍ରସାଦ ମହାପାତ୍ର, ସାଂସ୍କୃତିକ ସଂପାଦକ ଭାବେ ଅଭିଶେଖ ଆନନ୍ଦ ପରିଡ଼ା, ସହକାରୀ ସାଂସ୍କୃତିକ ସଂପାଦକ ଭାବେ ମନୋରମା ସାହୁ, ସମ୍ବିତ ମହାନ୍ତି, କ୍ରୀଡା ସଂପାଦକ ଭାବେ ପ୍ରକାଶ ମିଶ୍ର, ସହକାରୀ କ୍ରୀଡା ସଂପାଦକ ଭାବେ ପ୍ରଶାନ୍ତ କୁମାର ଜେନାଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା। କାର୍ଯ୍ୟକରିଣୀ କମିଟି ସଦସ୍ୟ ଭାବେ ବିରଜା ପ୍ରସାଦ ପଟ୍ଟନାୟକ, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରସାନନ୍ଦ ପ୍ରଧାନଙ୍କ ସମେତ ମୋଟ୍ ୧୬ଜଣଙ୍କୁ ଚୟନ କରାଯାଇଥିଲା। ପରିଷଦ ପକ୍ଷରୁ ଆଗାମୀ ରଜ ମହୋତ୍ସବ ଓ ରସଗୋଲା ଦିବସ କୁ ପୂର୍ବବର୍ଷ ପରି ଧୁମ୍ଧାମ୍ରେ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ପରିଷଦର ୧୩୦ରୁ ଊର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇଥିଲେ।



