www.samajalive.in
Friday, December 12, 2025
14.1 C
Bhubaneswar

ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମର ଜିଲା କାର୍ଯ୍ୟାଳୟ ସମ୍ପତ୍ତି ବାଜ୍ୟାପ୍ତ

ସମ୍ବଲପୁର : ସମ୍ବଲପୁର ସ୍ଥିତ ଓଡିଶା ପରିବହନ ନିଗମର ଜିଲା କାର୍ଯ୍ୟାଳୟ ସମ୍ପତ୍ତି ବୁଧବାର ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାଜାପ୍ତ କରାଯାଇଛି । କାର୍ଯ୍ୟାଳୟର ସମସ୍ତ ଅସ୍ଥାବର ସମ୍ପତ୍ତି ଗୁଡିକୁ ବରିଷ୍ଠ ଦେୱାନୀ ଅଦାଲତର ବିଚାରପତିଙ୍କ ନିର୍ଦ୍ଦେଶରେ ଜବତ କରାଯାଇ ଅଦାଲତ ନିକଟରେ ସଂରକ୍ଷିତ ରଖାଯାଇଛି । ବସ ପରିବହନ ନିମନ୍ତେ ପୁର୍ବରୁ ଜମା କରାଯାଇଥିବା ଟଙ୍କା ଫେରି ନ ପାଇବାରୁ ସମ୍ବଲପୁର ବରିଷ୍ଠ ଦେୱାନୀ ଅଦାଲତରେ ଏକ ମାମଲା ରୁଜୁ କରାଯାଇଥିଲା । ୧୯୯୯ ମସିହାରେ ସୁଶୀଲ କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ପରିବହନ ନିଗମକୁ ୫୦ ହଜାର ଟଙ୍କା ସିକ୍ୟୁରିଟି ଟଙ୍କା ଦେଇ ଏକ ବସ ଲିଜରେ ନେଇଥିଲେ । କିନ୍ତୁ ପରିବହନ ବିଭାଗ ପକ୍ଷରୁ ଏକ ଖରାପ ବସ ତାଙ୍କୁ ଲିଜରେ ଦିଆଯାଇଥିଲା । ଉକ୍ତ ବସଟି ପ୍ରାୟତଃ ଖରାପ ହେଉଥିବା ବେଳେ ଲିଜ ନେଇଥିବା ବ୍ୟକ୍ତି ଜଣକ ନିଜ ହାତରୁ ଖର୍ଚ୍ଚ କରି ବସକୁ ବହୁ କଷ୍ଟରେ ଚଳାଇଥିଲେ । କିନ୍ତୁ ଏକ ବର୍ଷର ଚୁକ୍ତି ସତ୍ୱେ ପରିବହନ ବିଭାଗ ୬ ମାସ ପରେ ବସ ଚଳାଇବାକୁ ଅନୁମତି ଦେଇ ନ ଥିଲେ । ଏଣୁ ଲିଜ ନେଇଥିବା ବ୍ୟକ୍ତି ଜଣକ ବିଭାଗକୁ ଦେଇଥିବା ସିକ୍ୟୁରିଟି ଜମା ଟଙ୍କା ଫେରସ୍ତ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ଟଙ୍କା ଫେରି ନ ପାଇବାରୁ ବାଧ୍ୟ ହୋଇ ୨୦୦୦ ମସିହାରେ ସମ୍ବଲପୁର ଦେୱାନୀ ଅଦାଲତରେ ଏକ ମାମଲା ଦାୟର କରି ଟଙ୍କା ଫେରସ୍ତ କରିବାକୁ ନିବେଦନ କରିଥିଲେ । ଏହି ମାମଲାରେ ୨ ଥର ଜିଣିବା ପରେ ମଧ୍ୟ ପରିବହନ ବିଭାଗ ତାଙ୍କୁ ଉକ୍ତ ଜମା ଟଙ୍କା ଫେରାଇ ନ ଥିଲେ । ଏଣୁ ଅଦାଲତ ସୁଧ ଓ ମୂଳ ମିଶାଇ ୩ ଲକ୍ଷ ୧୦ ହଜାର ଟଙ୍କା ପିଡିତ ବ୍ୟକ୍ତିଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଟଙ୍କା ଫେରସ୍ତ ନ କରିବାରୁ ଅଦାଲତ ପରିବହନ ବିଭାଗର ସମ୍ବଲପୁର ଜିଲା କାର୍ଯ୍ୟାଳୟର ସମ୍ପତ୍ତି ଗୁଡିକୁ ବ୍ୟାଜାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇ ଉକ୍ତ ଆଦେଶକୁ ଅଦାଲତଙ୍କ କର୍ମଚାରୀ ବିବେକା ନନ୍ଦ ଧଳଙ୍କ ଉପସ୍ଥିତିରେ କାର୍ଯ୍ୟକାରୀ ବୁଧବାର କରାଯାଇଛି ।

ଏ ସମ୍ପର୍କରେ ପିଡିତ ବ୍ୟକ୍ତି ସରୋଜ ତ୍ରିପାଠୀ କହିଛନ୍ତି ଯେ, ୧୯୯୯ ମସିହାରେ ଲିଜ ସୁତ୍ରରେ ସମ୍ବଲପୁର ରୁ ଜୟପୁର ପର୍ଯ୍ୟନ୍ତ ପରିବହନ ବିଭାଗରୁ ନେଇଥିଲୁ । ଆମେ ଜମା ଟଙ୍କା ଦାବି କରିବାରୁ ସେମାନେ ବାରମ୍ବାର ବିଭିନ୍ନ ବାହାନା କରି ଟଙ୍କା ପଇଠ କରି ନ ଥିବାରୁ ବାଧ୍ୟ ହୋଇ ଆମେ ଅଦାଲତର ଦ୍ୱାରସ୍ଥ ହୋଇଥିଲୁ । ଏବେ ଅଦାଲତଙ୍କୁ ନିର୍ଦ୍ଦେଶ ପରେ ଅସ୍ଥାବର ସମ୍ପତ୍ତି ଗୁଡିକ ଜବତ କରାଯାଇଛି । ଓଏସଆରଟିସିର ଜିଲା ପରିବହନ ଅଧିକାରୀ ଗୋପାଳକୃଷ୍ଣ ବିଶୋଇ ଏ ସମ୍ପର୍କରେ କହିଛନ୍ତି ଯେ, ଆଜି ଆମକୁ ଅଦାଲତର ନୋଟିସ ପ୍ରଦାନ କରି ସମ୍ପତ୍ତି ଗୁଡିକ ବ୍ୟାଜାପ୍ତ ପାଇଁ କହିଥିଲେ । ଆମେ ଏ ସମ୍ପର୍କରେ କୌଣସି ନୋଟିସ ମଧ୍ୟ ପାଇ ନାହୁଁ କି କିଛି ଜାଣି ନ ଥିଲୁ । ୩ – ୪ ଜଣ କର୍ମଚାରୀ ଆସି ଆମର କାର୍ଯ୍ୟାଳୟର କମ୍ପ୍ୟୁଟର, ଚେୟାର, ଟେବୁଲ ଆଦି ବ୍ୟାଜାପ୍ତ କରି ସାଥିରେ ନେଇ ଯାଇଛନ୍ତି । ଏ ସମ୍ପର୍କରେ ଯାଞ୍ଚ କରିବା ପରେ ସମ୍ପୁର୍ଣ୍ଣ ବିଷୟ କହି ପାରିବୁ । ଉପରିସ୍ଥ ଅଧିକାରୀଙ୍କ ଏ ବିଷୟରେ ସୁଚନା ପ୍ରଦାନ କରାଯାଇଛି ବୋଲି ଶ୍ରୀ ବିଶୋର କହିଛନ୍ତି । ସୂଚନାଯୋଗ୍ୟ ଯେ, ବିଗତ ଦିନରେ ଏଭଳି ଏକ ମାମଲାରେ ଠିକାଦାର ସଂସ୍ଥାର ଟଙ୍କା ପଇଠ କରା ନ ଯିବାରୁ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ରାଜପଥ ବିଭାଗର ସୁପରିନ୍ଟେଣ୍ଡାନ୍ଟ ଓ ଏକଜ୍ୟୁକିଟିଭ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟକୁ ସିଲ କରାଯାଇଥିଲା । ସେହିଭଳି ବୁର୍ଲାରେ ସ୍ଥିତ ଜଳସେଚନ ବିଭାଗ ବେସିନ ମଣ୍ଡଳକୁ ମଧ୍ୟ ସିଲ କରିବାରୁ ଆଦେଶ ଅଦାଲତ ଦେଇଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories