www.samajalive.in
Monday, December 8, 2025
24.1 C
Bhubaneswar

ଓଡିଆ ପକ୍ଷ ପାଳନର ଅଷ୍ଟମ ଦିବସରେ ରକ୍ତଦାନ ଶିବିର

ସମ୍ବଲପୁର: ଓଡ଼ିଆ ପକ୍ଷ-୨୦୨୫ ପାଳନ ଉପଲକ୍ଷେ ମଙ୍ଗଳବାର ସମ୍ବଲପୁର ଜିଲାରେ ରକ୍ତଦାନ ଅଭିଯାନ ଦିବସ ରେଡ଼କ୍ରସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲା ମୁଖ୍ୟ ଚିକିତ୍ସାଳୟର ନର୍ସ, ଶିକ୍ଷାର୍ଥୀ, ସ୍ଥାନୀୟ ଯୁବବର୍ଗ ଏବଂ ଛାତ୍ରଛାତ୍ରୀ ସ୍ବେଚ୍ଛାକୃତ ଭାବରେ ଆସି ରକ୍ତଦାନ କରିଥିଲେ। ସମୁଦାୟ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟର ନର୍ସ ମାନଙ୍କୁ ରକ୍ତଦାନର ମହତ୍ବ ବିଷୟରେ ସଚେତନ କରଯାଇଥିଲା। ରକ୍ତଦାତାଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲାର ବିଭିନ୍ନ ବ୍ଲକରେ ରକ୍ତଦାନ ଅଭିଯାନ ଆୟୋଜିତ ହୋଇଥିଲା।

ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀ ଡଃ କଳ୍ପେଶ କକ୍କଡ, ସହକାରୀ ଜିଲା ଚିକିତ୍ସା ଅଧିକାରୀ ଡଃ ଅଲେଖ ମହାପାତ୍ର, ଡକ୍ଷ. ଏସ.କେ ତିରିୟା, ଡଃ ସୁଚିତ୍ରା ଏବଂ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରାଜଶ୍ରୀ ବରାଳ, ଜିଲା ସଂଯୋଜକ (ରେଡକ୍ରସ, ଯୁବକ ସଂଘ) ପବିତ୍ର ମୋହନ ବେହେରା, ଜିଲା ପରାମର୍ଶଦାତା (ରେଡକ୍ରସ, ଯୁବକ ସଂଘ) ଡ. ଦୀପକ କୁମାର ଓଝା, ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ କୁମାର ପଣ୍ଡା, ଏନଏସଏସ ସଦସ୍ୟା ସନ୍ଧ୍ୟା ସାହୁ, ସୁନିତା ନାଏକଙ୍କ ସମେତ ସହକାରୀ ଜିଲାପାଳ ରୋସେଲୀନା ତିର୍କୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୁକ୍ତା କୁଲ୍ଲୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories