www.samajalive.in
Sunday, December 14, 2025
14.1 C
Bhubaneswar

ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ପ୍ରସ୍ତୁତି

ପାଟଣା: ଆସନ୍ତା ୧୧ ତାରିଖରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ପାଇଁ ଉପଯୁକ୍ତ ସ୍ଥାନ ଚୟନ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟଙ୍କ ଦ୍ୱାରା ସର୍ବେକ୍ଷଣ କରାଯାଇଛି। ଏହି ପରିଦର୍ଶନ ସମୟରେ କେନ୍ଦେଇପଶି, କ୍ଷୀରେଇଟାଙ୍ଗିରି, ତୁରୁମୁଁଙ୍ଗା, ରାଜନଗର ଓ ଡୁମୁରିଆ ଗ୍ରାମ ପଞ୍ଚାୟତ ପରିଦର୍ଶନ କରାଯାଇଥିଲା। ସ୍ଥଳ ପରିଦର୍ଶନ ସମୟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସହକାରୀ ଯନ୍ତ୍ରୀ ସିଦ୍ଧ ମାଝୀ, ଏପିଓ ଦୀପକ ବେହେରା, ତହସିଲ ଦାର ଲୀଳାବତୀ ନାଏକ, ବିଜେପି ବରିଷ୍ଠ ନେତା ରାଧାକାନ୍ତ ମହାନ୍ତ , ସ୍ୱାସ୍ଥ୍ୟ କର୍ମଚାରୀ ଓ ଗ୍ରାମ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଅଧିକାରୀଙ୍କ ଦ୍ୱାରା କ୍ଷେତ୍ରର ପରିବେଶ, ଯୋଗାଯୋଗ ସୁବିଧା, ଜନସଂଖ୍ୟା ଓ ଲାଭାନ୍ବିତ ହେବାକୁ ଯୋଗ୍ୟ ଲୋକଙ୍କ ସଂଖ୍ୟା ଅନୁସାରେ ଶୁଭାରମ୍ଭ ସ୍ଥଳ ନିର୍ଣ୍ଣୟ ପାଇଁ ଖିରେଇଟାଙ୍ଗିରିକୁ ମନୋନୀତ କରାଯାଇଛି। ୧୧ ତାରିଖ ଦିନ ଆୟୁଷ୍ମାନ ଭାରତ କାର୍ଡ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଧାୟକ ଘୋଷଣା କରିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories