www.samajalive.in
Saturday, December 6, 2025
16.1 C
Bhubaneswar

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡିଛୁଆଁ ଓ ବିଦ୍ୟାଳୟ ପ୍ରବେଶ ଉତ୍ସବ

ଡେସ୍କ: ଖୋର୍ଦ୍ଧା ଜିଲ୍ଲାର ରତାମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖଡିଛୁଆଁ ଏବଂ ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମବାସୀମାନଙ୍କ ସମୂହ ସହଯୋଗରେ ଧୁମଧାମରେ ସଂକୀର୍ତ୍ତନ ମଣ୍ଡଳୀ ଖୋଳ ବଜାଇ ଗ୍ରାମ୍ୟ ପରିକ୍ରମା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ସଭିଏଁ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୂର୍ଯ୍ୟକାନ୍ତ ବିଶୋଇ, ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ସ୍ୱାଇଁ, ବର୍ତ୍ତମାନର ପ୍ରଧାନଶିକ୍ଷକ ସତ୍ୟନାରାୟଣ ବ୍ରହ୍ମା ମହାପାତ୍ର, ପୂର୍ବତ୍ତନ ପ୍ରଧାନଶିକ୍ଷକ ଗୁଣନିଧି ରାଜଗୁରୁ ମହାପାତ୍ର ଓ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋପାଳଚନ୍ଦ୍ର ଲେଙ୍କା, ମୀନକେତନ ଦାସ, ଦୀପ୍ତିରାଣୀ ବେହେରା, ସରୋଜିନୀ ସମେତ କମିଟି ସଭ୍ୟ କୃଷ୍ଣଚନ୍ଦ୍ର ନାୟକ, ମନୋରଞ୍ଜନ ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବିଦ୍ୟାଳୟରେ ବୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଖାତା ବଣ୍ଟନ, ପଦକ ଆଦି ବିତରଣ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଜୟ କୁମାର ମାନସିଂ, ଶିକ୍ଷକ ନିଳାଦ୍ରୀକୁମାର ସିଂ ଓ ବିରଞ୍ଚି ନିଶାଙ୍କ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories