www.samajalive.in
Saturday, December 6, 2025
26.1 C
Bhubaneswar

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ସେରିଗୁମ୍ମାବାସୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ସଦର ପଞ୍ଚାୟତରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଆଜି ସେରିଗୁମ୍ମା ସଦରର ନୂଆଁ ସାହି ,ଆଦିବାସୀ ସାହି ଓ ମନ୍ଦିର ସାହି ଲୋକମାନେ ପାନୀୟ ଜଳ ସମସ୍ୟା ଓ ପଞ୍ଚାୟତ ଅଧିକାରୀଙ୍କ ନିଜ ଇଚ୍ଛା ମୁତାବକରେ କାର୍ଯ୍ୟ କରୁଥିବା ନେଇ ବିଡ଼ିଓ ମନୀଷା ଦାସଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ତିନୋଟି ସାହିରେ ପ୍ରାୟ ୧୫୦ଘରକୁ ୭୫୦ଜନସଂଖ୍ୟା ରହିଛନ୍ତି । ତିନୋଟି ସାହିକୁ ଗୋଟିଏ ନଳକୂପ ରହିଛି । ସ୍ଵଜଳ ଧାରାରେ ଗ୍ରାମକୁ ଯୋଗାଇ ଆସୁଥିବା ବିଶୁଦ୍ଧ ପାନୀୟ ଜଳ  ଏହି ତିନୋଟି ସାହିକୁ ଆସୁନାହିଁ । କାରଣ ସାହିଟି ଉଚ୍ଚ ଭାଗରେ ରହିଛି । ଏହି ଗୋଟିଏ ନାଳକୁ କୁ ତିନୋଟି ସାହିର ଲୋକ ମାନେ ବ୍ୟବହାର କରୁଛନ୍ତି । ଖରା ଦିନରେ ଜଳ ସ୍ତର କମିଯିବାରୁ ସେହି ନଳକୂପରୁ ପାଣି ବାହାରୁ ନାହିଁ । ଏହାକୁ ନେଇ ପଞ୍ଚାୟତରେ ଗ୍ରାମସେବକ ଓ ଜଳଯୋଗାଣ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ  ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଦର୍ଶାଇଛନ୍ତି । ପଞ୍ଚାୟତ ଅଧିକାରୀ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଛନ୍ତି । ପଞ୍ଚାୟତର କାର୍ଯ୍ୟକୁ ନେଇ ହେଉଥିବା ଗ୍ରାମସଭା ଓ ପଲ୍ଲୀସଭାକୁ ଲୁଚାଛାପା କରାଯାଉଛି । ଉକ୍ତ ତିନୋଟି ସାହିକୁ ନୂତନ ଭାବେ ଏକ ନଳକୂପ ଖନନ କରିବା ପାଇଁ ସଞ୍ଜୟ ବେହେରା, ଲକ୍ଷ୍ମଣ ରତ୍ନାଲୁ, ହାଡ଼ି ମିସେଟି,ସମ୍ଭୁରୁ ମେଲେକା କହିଛନ୍ତି । ଏ ସମ୍ପର୍କରେ ବିଡ଼ିଓ ମନୀଷା ଦାସଙ୍କୁ ପଚାରିବାରୁ ସେମାନେ ପାନୀୟ ଜଳ ସମସ୍ୟା ବିଷୟରେ କହିଛନ୍ତି । କଣ ହେଇଛି ତଦନ୍ତ କରି  ତାର ବ୍ୟବସ୍ଥା କରିଦିଆଯିବ ବୋଲି କହିଛନ୍ତି  ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories