www.samajalive.in
Sunday, December 14, 2025
15.1 C
Bhubaneswar

୩୯ ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିୟନସିପ୍‍

କେନ୍ଦୁଝରଗଡ଼ : ପ୍ରଥମଥର ପାଇଁ ଚଳିତମାସ ୮ତାରିଖରୁ କେନ୍ଦୁଝର ହ୍ୟାଣ୍ଡବଲ ପଡିଆରେ ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ୍‍ ଉଦ୍‍ଘାଟିତ ହେବାକୁ ଯାଉଛି। ଏହି ଅବସରରେ ରବିବାର ପୂର୍ବାହ୍ନରେ ହ୍ୟାଣ୍ଡବଲ ପଡିଆରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲାପାଳ ବିଶାଲ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କ ପୋଷାକ, ଟ୍ରଫି ଓ ପଦକକୁ ଉନ୍ମୋଚନ କରିବା ସହ ପ୍ରତିଯୋଗିତାର ସଫଳତା କାମନା କରିଛନ୍ତି। ଏହି ଅବସରରେ ରାଜ୍ୟ ହାଣ୍ଡବଲ ସଂଘ ସମ୍ପାଦକ ମାନସ ସିଂ ଓ ଜିଲା ସଂଘ ସଭାପତି ଇଂ ବସନ୍ତ କୁମାର ଦାନୀ, ସମ୍ପାଦକ ରିତିକ ଅଧିକାରୀ ଓ କୋଷାଧ୍ୟକ୍ଷ ଦୟାସାଗର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୫୪୦ଜଣ ଖେଳାଳୀ ଏବଂ ଅଫିସିଆଲ ଓ ସ୍ୱେଛାସେବୀଙ୍କୁ ମିଶାଇ ୨୦୦ରୁ ଉଦ୍ଧ୍ୱର୍  କର୍ମକର୍ତ୍ତା ସାମିଲ ହେବେ ବୋଲି ସମ୍ପାଦକ ଶ୍ରୀ ଅଧିକାରୀ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଜିଲା ସଂଘ ଏହି ଖେଳକୁ ଆଯୋଜନ କରୁଥିବାରୁ ଜିଲାର ସମସ୍ତ ଖେଳାଳୀ ଖୁସି ବ୍ୟକ୍ତ କରିଛନ୍ତି । ଦିର୍ଘ ୪୫ବର୍ଷ ପରେ କେନ୍ଦୁଝରରେ ଜାତୀୟସ୍ତରର ଏଭଳି ଏକ ପ୍ରତିଯୋଗିତା  ହେଉଥିବାରୁ କେନ୍ଦୁଝରବାସୀ ଏହାକୁ ନେଇ ବେଶ୍‍ ଖୁସିଥିବା ସମ୍ପାଦକ ଶ୍ରୀ ଅଧିକାରୀ ଏହା କହିଛନ୍ତି। ଆସନ୍ତା ୧୨ ତାରିଖ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‍ ଅନୁଷ୍ଠିତ ହେବବୋଲି ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ରେଫରୀ ପ୍ରଣୟ କୁମାର ପାଣି ଏହି ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories