www.samajalive.in
Sunday, December 14, 2025
16.1 C
Bhubaneswar

ଜେଡିୟୁ ପରେ ଆରଏଲଡିରେ ଓ୍ବାକଫ ଝଡ଼, ଦଳ ଛାଡ଼ିଲେ ବରିଷ୍ଠ ନେତା

ସମାଜ ଡିଜିଟାଲ ଡେସ୍କ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି)ର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶ ସାଧାରଣ ସମ୍ପାଦକ ଶାହାଜେବ ରିଜଭି ଦଳରୁ ଇସ୍ତଫା ଦେଇଛନ୍ତି। ସଂସଦରେ ଓ୍ବାକଫ ବିଲ୍‌ ପାରିତ ହେବା ଏବଂ ଏହାକୁ ଦଳ ସମର୍ଥନ କରିବା ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଛନ୍ତି। ରିଜଭି ଏକ ଭିଡିଓ ବାର୍ତ୍ତା ଜାରି କରି ଦଳର ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜୟନ୍ତ ବାଟବଣା ହୋଇଯାଇଛନ୍ତି। ମୁସଲମାନମାନେ ଜୟନ୍ତଙ୍କୁ ସମର୍ଥନ କଲେ। କିନ୍ତୁ ସେ ମୁସଲମାନ ସମ୍ପ୍ରଦାୟ ପ୍ରତି ଅନ୍ୟାୟ କଲେ।

ରିଜଭି ଅଭିଯୋଗ କରିଛନ୍ତି ଯେ, ଜୟନ୍ତ ଚୌଧୁରୀ ଧର୍ମ ନିରପେକ୍ଷତା ମାର୍ଗରୁ ବାଟବଣା ହୋଇଯାଇଛନ୍ତି। ତାଙ୍କ ନୀତି ମୁସଲମାନ ସମ୍ପ୍ରଦାୟଙ୍କ ହିତର ବିପରୀତ। ମୁସଲମାନମାନେ ଜୟନ୍ତଙ୍କୁ ଭୋଟ ଦେଲେ। ସେ ଆମ ସହିତ ଛିଡ଼ା ହେବା ବଦଳରେ ଓ୍ବାକଫ ବିଲ୍‌ର ସମର୍ଥନ କଲେ। ଏହା ଆମ ଭାବନା ଏବଂ ଅଧିକାର ବିରୋଧୀ। ପଶ୍ଚିମ ଉତ୍ତର ପ୍ରଦେଶରେ ଆରଏଲଡିର ୧୦ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେଥିରେ ମୁସଲମାନଙ୍କର ବଡ଼ ଅବଦାନ ରହିଛି। ମୁସଲମାନମାନେ ଏକତରଫା ଦଳକୁ ଭୋଟ ଦେଇ ସଂଗଠନକୁ ମଜଭୁତ କରିଛନ୍ତି। କିନ୍ତୁ ଏବେ ଯେତେବେଳେ ସେମାନଙ୍କ ଆବଶ୍ୟକତା ଥିଲା, ସେତେବେଳେ ଦଳ ସହଯୋଗ କଲାନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories