www.samajalive.in
Saturday, December 6, 2025
19.1 C
Bhubaneswar

କଟକ ପ୍ରସିଦ୍ଧ ଦହିବରା ଆଳୁଦମ୍‌କୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ

ଭୁବନେଶ୍ବର: କଟକର ପ୍ରସିଦ୍ଧ ଦହିବରା-ଆଳୁଦମ୍‌ର (ଜିଆଇ) ଭୌଗୋଳିକ ପରିଚୟ ଟ୍ୟାଗ୍ ପଞ୍ଜୀକରଣ ପାଇଁ ରାଜ୍ୟ ସରକାର ଆବେଦନ କରିଛନ୍ତି। ଏହା ଭୌଗୋଳିକ ଦ୍ରବ୍ୟ ସୂଚନା ସୁରକ୍ଷା ତଥା ପଞ୍ଜୀକରଣ ଅଧିନିୟମ ୧୯୯୯ର ବିଭାଗ ୧୧(୧) ଅନ୍ତର୍ଗତ ଆବେଦନ କରାଯାଇଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୁଧବାର ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି। ବିଧାୟକ ସୋଫିଆ ଫିର୍ଦୋସଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ଦହିବରା ଆଳୁଦମ୍ ବିକ୍ରୟରେ ସମ୍ପୃକ୍ତ ସ୍ଥାନୀୟ ବିକ୍ରେତାଙ୍କୁ ସମର୍ଥନ ଏବଂ ସେମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ଏବଂ ସୁବିଧା ଯୋଗାଇବା ପାଇଁ ସରକାର ପାଣ୍ଠି ବଣ୍ଟନ କରିବାକୁ କି ଯୋଜନା କରୁଛନ୍ତି, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ସରକାର ସ୍ଥାନୀୟ ବିକ୍ରେତାଙ୍କ ପାଇଁ ପର୍ଯ୍ୟଟନ ଏବଂ ଜୀବିକା ସୁଯୋଗ ବୃଦ୍ଧି ପାଇଁ ସମର୍ପିତ ଦହିବରା ଆଳୁଦମ୍ ଜୋନ୍ ପ୍ରତିଷ୍ଠା କରିବେ କି ବୋଲି ବିଧାୟିକା ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜିଆଇ ଟ୍ୟାଗ୍ ପାଇଁ ସିଧାସଳଖ ଆବେଦନ କରାଯାଇ ପାରିବ ନାହିଁ। ମନ୍ତ୍ରଣାଳୟ ଆବେଦନ କରାଯାଇଥିବା ତଥ୍ୟକୁ ପ୍ରୋତ୍ସାହିତ କରିପାରିବେ। ଏନେଇ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ସେ କହିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories