www.samajalive.in
Saturday, December 13, 2025
27.1 C
Bhubaneswar

ହାଫିଜ ସଇଦ ସଂଗଠନ ବିରୋଧରେ ଇଡି ମାମଲା

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ଅଭିଯୋଗକ୍ରମେ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲସ୍କର-ଇ-ତଏବା ମୁଖ୍ୟ ହାଫିଜ ସଇଦ ଦ୍ବାରା ପରିଚାଳିତ ସ୍ବେଚ୍ଛାସେବୀ ସଂଗଠନ ‘ଫାଲା-ଇ-ଇନ୍‌ସାନିୟାତ୍‌ ଫାଉଣ୍ଡେସନ’ (ଏଫଆଇଏଫ) ବିରୋଧରେ ଭାରତର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶନିବାର ମାମଲା ରୁଜୁ କରିଛି। ଏଫଆଇଏଫ ହେଉଛି ହାଫିଜ ନେତୃତ୍ବାଧୀନ ଜମା-ଉଦ୍‌-ଦାୱା ଆତଙ୍କବାଦୀ ସଂଗଠନର ସହଯୋଗୀ। ଏଫଆଇଏଫ ବିଭିନ୍ନ ହାୱଲା ସଂଗଠନ ମାଧ୍ୟମରେ ଅର୍ଥ ସଂଗ୍ରହ କରୁଥିବା ଅଭିଯୋଗ ରହିଛି। ଏହି ଅର୍ଥରେ ହରିୟାଣାର ପଲାୱାଲ ଜିଲା ଅନ୍ତର୍ଗତ ଅଟ୍ଟାୱାରଠାରେ ଏକ ବିରାଟ ମସ୍‌ଜିଦ ନିର୍ମାଣ ହେଉଥିବାର ଅଭିଯୋଗ ମିଳିଥିଲା। ଦିଲ୍ଲୀ ନିଜାମୁଦ୍ଦିନର ମହମ୍ମଦ ସଲମାନ ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଏହି ମସଜିଦ ପାଇଁ ଏଫଆଇଏଫ ୭୦ଲକ୍ଷ ଟଙ୍କା ଦେଇଥିବା ଇଡି ନଜରକୁ ଆସିଥିଲା। ପରେ ସଲମାନ ଓ ତାର ତିନି ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ସଲମାନ ଦୁବାଇର ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଏହି ଟଙ୍କା ସଂଗ୍ରହ କରିଥିଲା।
କାଶ୍ମୀର ଏକତା ଦିବସ ପାଳନ ଅବସରରେ ଗତ ୫ତାରିଖରେ ହାଫିଜ ଲାହୋରରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଓ ଭାରତ ଶୁକ୍ରବାର ଏହି ଘଟଣାର ପ୍ରତିବାଦ କରିଥିଲା। ଏହାର ଦିନକ ପରେ ଇଡି ମାମଲା ରୁଜୁ କରିବା ତାତ୍ପର୍ଯ୍ୟପୂର୍ଣ୍ଣ। ଗତ ବର୍ଷ ସେପ୍ଟେମ୍ବରରେ ଏନ୍‌ଆଇଏ ଜାମ୍ମୁ-କାଶ୍ମୀର ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣରେ ବେଆଇନ ମୋବାଇଲ ସିମ୍‌ କାର୍ଡ ସହିତ ୧କୋଟି ୫୬ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଘଟଣାରେ ଉପରୋକ୍ତ ସଲମାନ ସହ ୪ଜଣ ଗିରଫ ହୋଇଥିଲେ। ସେମାନଙ୍କର ହାଫିଜ ଓ ଏହାର ସଂଗଠନ ଏଫଆଇଏଫ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ଥିବାର ପ୍ରମାଣ ଏନ୍‌ଆଇଏ ପାଇଥିଲା। ଏହି ବ୍ୟକ୍ତି ବିଭିନ୍ନ ସୂତ୍ରରୁ ଦାନ ଧର୍ମ ଆଳରେ ଅର୍ଥ ଅାଦାୟ କରି ଏଫଆଇଏଫ ପାଣ୍ଠିରେ ଜମା କରୁଥିଲା। ଏହି ଅର୍ଥ ବାସ୍ତବରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବିନିଯୋଗ ହେଉଥିବାର ପ୍ରମାଣ ମିଳିଥିଲା। ଇଡି ଏହା ବିରୋଧରେ ଅଧିକ ତଦନ୍ତ ଜାରି ରଖିଥିଲା।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories