www.samajalive.in
Sunday, December 14, 2025
14.1 C
Bhubaneswar

ବର୍ଦ୍ଧିତ ଦିବ୍ୟାଙ୍କ ଭତ୍ତା ପାଇଁ ହନ୍ତସନ୍ତ

ବାସୁଦେବପୁର : ବର୍ଦ୍ଧିତ ଦିବ୍ୟାଙ୍ଗ ଭତ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଆଧାର ଅପଡେଟ ସହିତ ବ୍ୟାଙ୍କ ଜମାଖାତା ଅପଡେଟ ଓ ଅନୁମୋଦନ ପରି ବିଭିନ୍ନ ଆଳ ଦେଖାଇ ଅଫିସର ସମୟ ଗଡେଇ ଦେଉଥିବା ବେଳେ ଜଣେ ଦିଦ୍ୟାଙ୍କ ଘୁଷୁଡି ଘୁଷୁଡି ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର  ପଞ୍ଚାୟତ ସମିତି ଅଧିନ ଶାଶୁଭୁଆଶୁଣି ପଞ୍ଚାୟତର କୁଶ ମଳିକଙ୍କ ପୁଅ ବଂଶୀଧରଙ୍କୁ ବୟସ ଆସି ସତୁରି ଛୁଇଁଲାଣି ।  ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ବେଳେ ସରକାରୀ ବ୍ୟବସ୍ଥାନୁଯାଇ ଭତ୍ତା ପାଇ ଆସୁଥିଲେ । ସରକାରଙ୍କ ବର୍ଦ୍ଧିତ ଭତ୍ତା ଟଙ୍କା ପାଇବା ପାଇଁ ଘୁଷୁଡି ଘୁଷୁଡି ନୟାନ୍ତ ହେଲେଣି ବଂଶୀଧର । ନିର୍ଧୁମ ଖରାରେ ମଧ୍ୟାହ୍ନ ଏଗାରଟା  ସମୟରେ ବ୍ଲକ ପରିସରରେ ପହଞ୍ଚିବା ପରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅମୀୟକୁମାର ନାଥଙ୍କୁ ସମସ୍ତ ଦୁଃଖ ବଖାଣିଥିଲେ । ଆଜିଯାଏଁ ବଂଶୀଧରଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନଥିବା ଜାଣିବାକୁ ମିଳିଥିଲା । ଏନେଇ ଶ୍ରୀ ନାଥ ସଂପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି  ବୋଲି ଜଣାଇଛନ୍ତି । ଏସଇଓ ଅଭାରଞ୍ଜିତା ପୁହାଣ କୁହନ୍ତି, ବାସୁଦେବପୁର ବ୍ଲକରେ ୩୩୩ଜଣ ଦିବ୍ୟାଙ୍ଗ ହୀତାଧିକାରୀଙ୍କ ଆବଶ୍ୟକୀୟ କାଗଜାତ ଜିଲ୍ଲା ପ୍ରଶାସନକୁ ପଠାଯାଇଛି । ଜାନୁଆରୀ ମାସଠାରୁ ସେମାନଙ୍କ ବକେୟା ଅର୍ଥରାଶି ବ୍ୟାଙ୍କ ଜମାଖାତାକୁ ପଠାଯିବ ବୋଲି କହିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories