www.samajalive.in
Saturday, December 6, 2025
19.1 C
Bhubaneswar

ଡମପଡ଼ା ଚନ୍ଦକା ଅଭୟାରଣ୍ୟରେ ଦନ୍ତାର ମୃତ୍ୟୁ

ବାଙ୍କୀ/ବୈଦ୍ୟେଶ୍ବର : ଡମପଡ଼ା ଚନ୍ଦକା ଅଭୟାରଣ୍ୟ ଅନ୍ତର୍ଗତ ତାଳବସ୍ତ ଫରେଷ୍ଟ ସେକ୍‌‌ସନ୍‌‌ ଅଧୀନ ଅଭୟାରଣ୍ୟ ନିକଟସ୍ଥ ତାଳବସ୍ତ ପଞ୍ଚାୟତ ମୁଣ୍ଡା ସାହି ନିକଟ କାଜୁ ବଣରେ ଆହତ ଅବସ୍ଥାରେ ଏକ ଦନ୍ତାହାତୀ ସକାଳେ ଚଲା ବୁଲା କରୁଥିବା ଦେଖି ବନ ବିଭାଗ କର୍ମଚାରୀ ଦେଖି ତା’ର ଚିକିତ୍ସା ପାଇଁ ପଦକ୍ଷେପ ନେଇଥିଲେ। ରେଞ୍ଜର ନିରଞ୍ଜନ ମହାପାତ୍ରଙ୍କ ସୂଚନାକ୍ରମେ ନନ୍ଦନକାନନସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ଖବର ଦିଆଯିବା ପରେ ବନ ସେଠାକାର ଚିକିତ୍ସକ ଦଳ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ତେବେ ହାତୀଟିର ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୪ଟାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଖବର ପାଇ ଡିଏଫଓ ଶରତ କୁମାର ବେହେରା, ଏସିଏଫ୍‌‌ ସଂଗ୍ରାମ ମହାନ୍ତି, ଆରସିସିଏଫ୍‌‌ ଏମ୍‌‌.ଯୋଗଦାନନ୍ଦ ପ୍ରମୁଖ ପହଞ୍ଚି ହାତୀର ମୃତ୍ୟୁ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁରୁବାର ସକାଳେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ରିପୋର୍ଟ ଆସିଲେ ହାତୀର ମୃତ୍ୟୁର କାରଣ ଜଣାପଡ଼ିବ। ଏ ସମ୍ପର୍କରେ ଡମପଡ଼ା ରେଞ୍ଜର ନିରଞ୍ଜନ ମହାପାତ୍ର କହିଛନ୍ତି ୧୯ ତାରିଖରେ ତାଳବସ୍ତ ସେକ୍‌‌ସନ୍‌‌ ଅନ୍ତର୍ଗତ ବୋଲଗାଡ଼ ଜଳାଶୟ ନିକଟରେ ୨ ଦନ୍ତାହାତୀ ମଧ୍ୟରେ ଲଢେଇ ହୋଇ ଏହି ହାତୀଟି ଆହତ ହୋଇଥିଲା। ବନବିଭାଗ ପକ୍ଷରୁ ହାତୀକୁ ଚିକିତ୍ସାସେବା ଯୋଗାଇ ଦିଆଯାଇଥିଲା। ହାତୀଟି ସ୍ୱାଭାବିକ ଭାବରେ ବଣରେ ବୁଲୁଥିଲା ବେଳେ ବୁଧବାର ତା’ର ମୃତ୍ୟୁ ହୋଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories