www.samajalive.in
Saturday, December 6, 2025
17.1 C
Bhubaneswar

ଧାମରାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସଚେତନତା

ଧାମରା : ଧାମରାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଧାମରାଇ ମନ୍ଦିର ସଭାଗୃହରେ ହୋଇଥିବା ଶିବିରରେ ଶତାଧିକ ମତ୍ସ୍ୟଜିବୀ ଏବଂ ବୁଦ୍ଧିଜିବୀ ମାନେ ଯୋଗ ଦେଇଥିବା ବେଳେ କିପରି ଭାବେ ସମୁଦ୍ରରେ ବସବାସ କରୁଥିବା ଅଲିଭରିଡଲେ କଇଁଛ ଏବଂ ଡଲଫିନଙ୍କ ଭଳି ସ୍ଥନ୍ୟପାୟୀ ପ୍ରାଣୀଙ୍କୁ ବଂଚାଇ ରଖିବା ସେ ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା । ଏହି ସଚେତନତା ଶିବିରକୁ ଆନୁଷ୍ଠାନିକ ଭାବେ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫଓ)ସୌଭାଗ୍ୟ କୁମାର ସାହୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ସେଂଚୁରିଆନ ୟୁନିଭରସିଟର ପ୍ରାଧ୍ୟାପକ ଡ. ଶିବ ପ୍ରସାଦ ପରିଡା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସିଏଚ ପଲ୍ଲଭୀ, ସାମୁଦ୍ରିକ ବୈଞାନିକ ଶୁଭଶ୍ରୀ ସ୍ୱାଗତିକା ମହାନ୍ତି, ମୁଖ୍ୟ ବକ୍ତା ଭାବେ ଏ.ସି.ଏଫ ଡ. ଶୁଭଶ୍ରୀ ଦାସ, ଭଦ୍ରକ ବନଖଣ୍ଡ ଏସିଏଫ ମଧୁସ୍ମିତା ଦାସ, ନୋଡାଲ ଅଫିସର ସୁମିତ ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ । ସମସ୍ତ ମଂଚାସୀନ ଅତିଥି ରାଜ୍ୟର ଜଙ୍ଗଲ ଏବଂ ପରିବେଶ ବିଭାଗ ସ୍ୱୟଂ ଶାସିତ ଭାବେ କାର୍ଯ୍ୟ କରୁଥିବା ବେଳେ ସୂଷ୍ମାତିସୂଷ୍ମ ଜଳବାୟୁକୁ ସୁଦୃଢ କରିବା ସହିତ ପରିବେଶ ପରିଚାଳନା ଏବଂ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କ ଯୋଗଦାନ ସହିତ ରାଜ୍ୟରେ ଜଙ୍ଗଲଗୁଡିକରେ ଜୈବ ବିବିଧତା ଏଥିସହ ଏସିଆର ସର୍ବ ବୃହତ ଲବଣାକ୍ତ ଜଳର ହ୍ରଦ ଚିଲିକା ତଥା ଧାମରା ଅଂଚଳରେ ଇରଓାଡି ଡଲଫିନ ସମେତ ଅଲିଭରିଡଲେ କଇଁଛ ମାନଙ୍କ ସୁରକ୍ଷା ପାଇଁ ଜନସାଧାରଣ ଏବଂ ମତ୍ସ୍ୟଜିବୀଙ୍କ ସହଯୋଗ ରହିଲେ ଏହି ବିରଳପ୍ରଜାତିର କଇଁଛ ଏବଂ ଡଲଫିନ ମାନଙ୍କ ସୁରକ୍ଷା ସମ୍ଭବ ହେବା ସହ ସେମାନଙ୍କର ବଂଶ ବୃଦ୍ଧି ମଧ୍ୟ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଆଜିର ଏହି ଶିବରରେ ଅନ୍ୟ ମାନଙ୍କ ମଧ୍ୟରେ ବାସୁଦେବପୁର ରେଞ୍ଜର ଅତୁଲ୍ୟ ମହାନ୍ତି, ଚାନ୍ଦବାଲି ରେଞର ସୁଶାନ୍ତ ବାଗ, ଧାମରା ବନପାଳ କୁମୁଦ ସାହୁ, ସୂର୍ଯ୍ୟକାନ୍ତ ପଣ୍ଡା, କୃଷ୍ନ ବାସ୍କେ, ସନ୍ତୋଷ ମାଝୀ, ପ୍ରୀତିରାଣୀ ଦାସ, ରଶ୍ମିତା ସାହୁ, ପ୍ରଶାନ୍ତ ସାହୁ, ନକୁଳ ବାରିକଙ୍କ ସମେତ ମତ୍ସ୍ୟଜିବୀ ଏବଂ ବୁଦ୍ଧିଜିବୀ ଅଂଶ ଗ୍ରହଣ କରିଥିବା ସହ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories