www.samajalive.in
Friday, December 12, 2025
14.1 C
Bhubaneswar

ଫୁଟବଲ୍ ଖେଳିବା ସମୟରେ ଯୁବକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଆଜି ସକାଳ ୬.୩୦ ସମୟରେ କଣ୍ଟାବାଞ୍ଜି ରେଲୱେ ଫୁଟବଲ୍ ଖେଳ ପଡ଼ିଆରେ ବନ୍ଧୁମାନଙ୍କ ସହିତ ଫୁଟବଲ୍ ଖେଳୁଥିବା ସମୟରେ ହଠାତ୍ ପଡ଼ିଯିବାରୁ ସହରର ଯୁବ କପଡା ବ୍ୟବସାୟୀ, ମୋହିତ କୱାଡ ନାମକ ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସଙ୍ଗେ ସଙ୍ଗେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା ପାଇ ଭର୍ତ୍ତି କରାଯାଇଥିଲା ତେବେ ତାଙ୍କର ମୃତ୍ୟୁ ଘଟିଥିଲା । ହୃଦ୍‌ ରୋଗ ସମସ୍ୟା ଏବଂ ମୁଣ୍ଡରେ ଆଘାତ ସମେତ ବିଭିନ୍ନ ରୋଗ ଯୋଗୁଁ ଯୁବ ଫୁଟବଲ୍ ଖେଳାଳିମାନେ ହଠାତ୍ ମୃତ୍ୟୁବରଣ କରୁଥିବା ଭଳି ଅନେକ ଘଟଣା ଘଟିବାରେ ଲାଗିଛି । ମୋହିତ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଏଭଳି ମୃତ୍ୟୁ ସମସ୍ତଙ୍କୁ ଚକିତ କରୁଛି ।  ତାଙ୍କ ପରିବାରଲୋକେ ମୋହିତଙ୍କ ଚକ୍ଷୁଦାନ କରିଛନ୍ତି । ସମସ୍ତେ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories