www.samajalive.in
Friday, December 12, 2025
27.1 C
Bhubaneswar

ଭିତରେ-ବାହାରେ ମୁହାଁମୁହିଁ, ଭୋକ ଉପାସରେ ପୁଲିସ ଘେରରେ ୧୩ କଂଗ୍ରେସ ବିଧାୟକ

ଡେସ୍କ: ଓଡିଶା ବିଧାନସଭାରେ ମଙ୍ଗଳବାର ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ସେମାନଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯାଇଥିବା ବେଳେ ପରିସ୍ଥିତି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୁଲିସ ପକ୍ଷରୁ ବିଧାନସଭା ବାହାରେ ଧାରା ୧୬୩ ଲାଗୁ କରାଯାଇଥିବା ବେଳେ ୫ ଜଣ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଓ ମନ୍ତ୍ରୀଙ୍କୁ ପୁଲିସ ଭିତରକୁ ଯିବାକୁ ନ ଦେବା ଫଳରେ କଂଗ୍ରେସ ସମର୍ଥକ ଓ ପୁଲିସ ମଧ୍ୟରେ ଠେଲାପେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ପୁଲିସ ପକ୍ଷରୁ ବ୍ୟାରିକେଡ଼ କରାଯାଇଥିବା ବେଳେ ବିଧାନସଭା ଭିତରେ କଂଗ୍ରେସର ନିଲମ୍ବିତ ୧୨ ବିଧାୟକ ଓ ତାରା ପ୍ରସାଦ ବାହିନୀପତି ଥିବା ବେଳେ ବାରିକେଡ଼ ବାହାରେ କଂଗ୍ରେସର ୫ ବରିଷ୍ଠ ନେତାଙ୍କ ସମେତ ଶହ ଶହ କର୍ମୀ ଧାରଣାରେ ବସିଛନ୍ତି। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ ବିଜେପି ପୁଲିସ ଜରିଆରେ ବଳ ପ୍ରୟୋଗ କରୁଛି ଓ ବିଧାନସଭା ଭିତରେ ଧାରଣାରତ ୧୨ ନିଲମ୍ବିତ ବିଧାୟକଙ୍କ ମଧ୍ୟରୁ କେତେଜଣ ଆହତ ମଧ୍ୟ ହୋଇଛନ୍ତି। ସେ କହିଛନ୍ତି ଯେ ପୂର୍ବତନ ବିଧାୟକ ମାନେ ବିଧାନସଭା ଭିତରକୁ ଯିବାର ନିୟମ ଥିବା ବେଳେ ପୁଲିସ ସେମାନଙ୍କୁ ଛାଡୁନାହିଁ। ଅନ୍ୟପକ୍ଷରେ ଏ ସମ୍ବନ୍ଧରେ ଜାଣିବା ପାଇଁ ବାଚସ୍ପତି ସୁରମା ପାଢ଼ୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ନରସିଂହ ମିଶ୍ର ଚେଷ୍ଟା କରିଥିଲେ ମଧ୍ୟ ବାଚସ୍ପତି ଫୋନ ଉଠାଉନଥିବା ସେ କହିଛନ୍ତି। ଇତି ମଧ୍ୟରେ ବିଧାନସଭା ବାହାରେ ଧାରଣାରତ କେତେଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ ବଳପୂର୍ବକ ଉଠାଇ ନେଇଥିବା କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ବିଧାନସଭା ଭିତରେ ଧାରଣାରତ ବିଧାୟକମାନେ ଭୋକ ଉପାସରେ ରହିଥିବା ବେଳେ କିଛି ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଥିବା କଂଗ୍ରେସ କହିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories