www.samajalive.in
Friday, December 12, 2025
15.1 C
Bhubaneswar

ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଆରପି ରାୟଗଡ଼ା ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରୁ ଜଣେ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ରୋହିତ କୁମାର(୨୨)। ରବିବାର ସକାଳେ ଜିଆରପି ଓ ଆରପିଏଫ ପୁଲିସ ସନ୍ଧାନୀ କୁକୁର ସହାୟତାରେ ପ୍ଲାଟଫର୍ମରେ ଯାଞ୍ଚ କରୁଥିବା ବେଳେ ଜଣେ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ତାଙ୍କ ବ୍ୟାଗ ତନଖି କରିଥିଲା। ଯାଞ୍ଚ ବେଳେ ବ୍ୟାଗରୁ ୧୫ କିଲୋ ୮୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜିଆରପି ସୂତ୍ରରୁ ପ୍ରକାଶ। ଚଢାଉରେ ଜିଆରପି ଥାନା ଅଧିକାରୀ ବିଜୟ କୁମାର ବେକ୍‌‌, ଏସଆଇ ସନ୍ତୋଷ କୁମାର ପଣ୍ଡା, ଏଏସଆଇ ମାନିକ ଚନ୍ଦ୍ର ଗୌଡ, ଆରପିଏଫ ଏସଆଇ ସରୋଜ କୁମାର ବାରିକ ପ୍ରମୁଖ ସାମିଲ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories